ଢେଙ୍କାନାଳ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣେଷ ପୂଜା ଭଷାଣୀ ଉତ୍ସବ ପାଇଁ ସହରରେ ୩୮ଟି ଗୋଟି ବିଭିନ୍ନ ବଜାର , କ୍ଳବ, ପୂଜା ପ୍ରତିଷ୍ଠାନ ଗୁଡିକରେ ପୂଜା ପାଉଥିବା ଅଗ୍ରପୂଜ୍ୟ ବିଘ୍ନବିନାଶକ ମେଢ଼ ଗୁଡ଼ିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମେଲଣ ପଡିଆରେ ଏକତ୍ରିତ ହୋଇଥିଲେ ।
ମେଲାଣି ପଡ଼ିଆ ଠାରେ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଧାଶୁଂ କୁମାର ଦଳେଇ, ସଂପାଦକ ବିଶ୍ଵନାଥ ବେହେରା ଓ କମିଟି ପକ୍ଷରୁ ଲଟ୍ରି ମାଧ୍ୟମରେ କ୍ରମିକ ନଂ ପ୍ରଦାନ କରାଯାଇଥିଲା ।
ଏହି ସଭାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, SP L Divya v., ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ, ତହସିଲଦାନ, ପୌର ନିବାହୀ ଅଧିକାରୀ, ଜିଲ୍ଲା ସସ୍କୃତି ଅଧିକାରୀ, ପମୁଖ ଯୋଗଦାନ କରି ଲଟ୍ରି ମାଧ୍ୟମରେ ବିଭିନ୍ନ ବଜାର, ବ୍ଳକ, ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତା ମାନଙ୍କୁ ନିଜ , ନିଜର କ୍ରମିକ ନଂ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ।
ପରେ ୩୩ଟି ମେଢ ନିଜ ନିଜ ର ପୂର୍ବ ପ୍ରସ୍ତୁତି ଅନୁଯାୟ କାଠଶଙ୍ଖ, କୁଞ୍ଜକାନ୍ତୁ ପୋଖରୀ, ଦେଉଳ ସାହି ଜେଲ ପୋଖରୀ ଗୁଡ଼ିକରେ ସଂଧ୍ୟା ୭ଟା ସୁଧା ବିସର୍ଜନ ସାରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ସହରରେ ବିଭିନ୍ନ ପାରମ୍ପରିକ ବାଜା, ନୃତ୍ୟ, ସଙ୍ଗିତ ଓ ବାଦ୍ୟରେ ଧୋନିରେ ପ୍ରଙ୍କମ୍ପିତ ହେଉଛି । ବିଭିନ୍ନ ବ୍ଳକର ଯୁବକ ମାନେ ନୃତ୍ୟରେ ମତୁଆଲା ହୋଇ ନୃତ୍ୟ କରୁଛନ୍ତି । ଶାନ୍ତି ସୃଙ୍ଖଳା ପାଇଁ ପ୍ରତ୍ୟେକ ମେଢ ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଶାନ୍ତି ସୃଙ୍ଖଳା ସହ ଭଷାଣୀ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶ୍ରାସନ, ପୋଲିସ ପ୍ରଶାସନ, ମିଳିତ ଗଣେଷ ପୂଜା କ୍ରିୟାନୁଷ୍ଠାନ କମିଟି ନିଷ୍ପତି ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ