Monday, 07/October/2024 11:46
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲାର ଟପ୍ପର ହେଲେ ନୂଆଭୁବନ ଗ୍ରାମର ଓମ ପ୍ରକାଶ ସାହୁ ! ହାସଲ କରିଛନ୍ତି ୫୮୭ ନମ୍ବର ।

ଗତ କାଲି ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଢେଙ୍କାନାଳ ନୂଆ ଭୁବନ ଗ୍ରାମ ନୋଡାଲ ହାଇସ୍କୁଲର ଓମ୍‌ପ୍ରକା ଶ ସାହୁ ୫୮୭ ନମ୍ବର ରଖି ଓଡ଼ିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ଢେଙ୍କାନାଳ ଟପ୍ପର ହୋଇଥିବା ଜଣାଯାଇଛି।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପାସ୍‌ ହାର ଶତ ପ୍ରତିଶତ ରହିଥିବାବେଳେ ବିଦ୍ୟାଳୟର ଛାତ୍ରୀ ମୋନାଲିସା ସାହୁ ୫୮୬ ନମ୍ବର ରଖି ଢେଙ୍କାନାଳରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୩୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ ୧ରେ ୧୮, ଏମ ରେ ୩୨, ବି ୧ରେ ୪୩, ବି ୨ରେ ୨୮, ସି ରେ ୧୨, ଡି ରେ ୨ ଜଣ ରହିଛନ୍ତି। ସେହିପରି ବି.ବି. ହାଇସ୍କୁଲର ପାଶ ହାର ଶତ ପ୍ରତିଶତ ରହିଛି।ମୋଟ ୧୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଏକରେ ୫, ଏ ୨ରେ ୨୦, ବି ୧ରେ ୪୧, ବି ୨ରେ ୫୩, ସିରେ ୩୭, ଡି ରେ ୨୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଜିଲାରେ ମୋଟ ୧୫୮୫୧ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଗ୍ରେଡ-ଏ ୧ରେ ୧୭୦, ଗ୍ରେଡ -ଏ ୨ରେ ୧୩୯୪, ଗ୍ରେଡ-ବି ୧ରେ ୩୪୭୬, ଗ୍ରେଡବି ୨ରେ ୪୧୭୭, ଗ୍ରେଡ ସିରେ ୩୩୧୪, ଗ୍ରେଡ ଡିରେ ୨୨୧୦, ଗ୍ରେଡ ଇରେ ୭୯୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାର ୫୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଗ୍ରେଡ-ଏ ୨ ରେ ଜଣେ, ଗ୍ରେଡ-ବି ୨ରେ ୨, ଗ୍ରେଡ-ସିରେ ୯, ଗ୍ରେଡ-ଡିରେ ୧୫, ଗ୍ରେଡ-ଇରେ ୫ ମୋଟ ୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

2 × 1 =