Monday, 22/April/2024 01:39
Mo Dhenkanal
ଢେଙ୍କାନାଳ ଖବର

ଢ଼େଙ୍କାନାଳ ଲକ୍ଷ୍ମୀପୂଜା ବୁଲି ଦେଖିଲେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ !

ମୋଢେଙ୍କାନାଳ : ଲକ୍ଷ୍ମୀପୂଜା ମହୋତ୍ସବ ଐତିହ୍ୟସମ୍ପନ୍ନ। ଦୀର୍ଘବର୍ଷ ଧରିପାଳିତ ହୋଇ ଆସୁଥିବା ଏହି ଗଣପର୍ବ ଲୋକମାନଙ୍କ ଭାବାବେଗ ସହ ଜଡ଼ିତ।

FB_IMG_1686103726896
Picsart_22-04-11_10-18-21-175

ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ମା’ଙ୍କ ଆବାହନ କରାଯାଉଥିଲେ ମଧ୍ୟ ଜିଲ୍ଲାର ଉତ୍କୃଷ୍ଟ ଐତିହ୍ୟ , ସଂସ୍କୃତିଓ ପରମ୍ପରାକୁ ମନେ ପକାଇ ଦେଇଛି ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ।

IMG-20230205-WA0003
Picsart_22-04-11_10-18-21-175

ସନ୍ଧ୍ୟାରେ ସହରର ବିଭିନ୍ନ ଲକ୍ଷ୍ମୀପୂଜା ପେଣ୍ଡାଲ ପରିଦର୍ଶନ କରିବା ଅବସରରେ ନିର୍ଦ୍ଦେଶକ ଏହା କହିଛନ୍ତି । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦାସ ମିନାବଜାର, ଲକ୍ଷ୍ମୀବଜାର, ଜବାହରଚୌକ, ମହାବୀର ବଜାର, ଗଣେଶ ବଜାର ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ପୂଜା ପ୍ରତିଷ୍ଠାନର ପକ୍ଷରୁ ତାଙ୍କୁସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥଲେ।

Picsart_22-04-11_10-18-21-175

ସହରର ପୂଜା ମଣ୍ଡପ ଏବଂ ଜନସାଧାରଣ ଏଭଳି ଐତିହାସିକ ପରମ୍ପରାକୁ ବଜାୟ ରଖିଛନ୍ତି । ସମସ୍ତ କାର୍ଯ୍ୟ ନୀତିନିୟମ ଅନୁଯାୟୀ ଚାଲିଛି। ଏଭଳି ଶୃଙ୍ଖଳିତ ପୂଜା ପାଇଁ ସମସ୍ତେ ପ୍ରଶଂସାର ହକଦାର୍‌ ବୋଲି ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ , ରାଜ୍ୟ ଲୋକକଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର, ମିଳିତ ବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eight + two =