ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଦ୍ଭାବନା ଗୃହଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଇତିହାସ ପୁସ୍ତକ ଉର୍ମୋଚନ ଉତ୍ସବ ପ୍ରାକ୍ତନ ପୋଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର, ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା,ମନୋସ୍ମିନି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ ଡା. ଗିରିଜା ଶଙ୍କର ଶ୍ରୀଚନ୍ଦ୍ର ମହାପାତ୍ର, ପୁସ୍ତକ ଲେଖକ ଅର୍ଯ୍ୟକବି ପଣ୍ଡିତ ଡା. ପ୍ରମୋଦ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ପ୍ରମୁଖ ଯୋଗଦାନ କରି ପୁସ୍ତକକୁ ଲୋକାର୍ପଣ କରିବା ସହ ଲେଖକଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ ।
ଏହି ପୁସ୍ତକ ଆଗାମୀ ପିଢିପାଇଁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଜାଣିବାର ସୁଯୋଗ ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ପୁସ୍ତକ ରଚୟିତା ଅର୍ଯ୍ୟକବି ପଣ୍ଡିତ ଡା. ପ୍ରମୋଦ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଜିଲ୍ଲାର ଉନ୍ନତି କଳ୍ପେ କାର୍ୟ୍ଯ କରିଥିବାରୁ ଢେଙ୍କାନାଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ସାହିତ୍ୟ ପାଇଁ ଅବଦାନ ଥିବା ପ୍ରାକ୍ତନ CBI ବିଚାରପତି ଭିକାରୀ ଚରଣ ରାଉତ, ପ୍ରାକ୍ତନ ଜିଲ୍ଲାପାଳ ଭଦ୍ରକ ଅକ୍ଷୟ କୁମାର ପାଣି, ପ୍ରାକ୍ତନ ଜିଲ୍ଲାପାଳ ବାଲେଶ୍ଵର ସନାତନ ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ଡା. ରବୀନ୍ଦ୍ର କୁମାର ସାହୁ, ନାରୀ କବି ବିଲସିନୀ ପୃଷ୍ଟି, ଚିତ୍ରଶିଳ୍ପୀ ନାରାୟଣ ସାହୁ, ରାଜ୍ୟ ଲୋକକଳାର ଉପସଭାପତି ଅବନୀ କୁମାର ମିଶ୍ରଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅବନୀ କୁମାର ମିଶ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ