Sunday, 08/September/2024 10:14
Mo Dhenkanal
ଢେଙ୍କାନାଳ ଖବର

ବିଜ୍ଞାନରେ ମୋନାଲିସା ଓ ବାଣିଜ୍ୟରେ ସୃଷ୍ଟି ଶ୍ରାବଣୀ ଶ୍ରେଷ୍ଠ !

ଢେଙ୍କାନାଳ, ୨୦୨୧ ଶିକ୍ଷାବର୍ଷର ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଢେଙ୍କାନାଳ ମହାବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ପାସ୍ ହାର ଶତ ପ୍ରତିଶତ ରହିଛି । ବିଜ୍ଞାନରେ ମୋନାଲିସା ଓଝା ୫୭୨ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ହୋଇଥିବାବେଳେ ବାଣିଜ୍ୟରେ ସୃଷ୍ଟି ଶ୍ରାବଣୀ ମିଶ୍ର ୫୬୯ ନମ୍ବର ରଖି କଲେଜରେ ଶ୍ରେଷ୍ଠ ହୋଇଛନ୍ତି । ବିଜ୍ଞାନ (ରେଗୁଲାର)ରେ ମୋଟ୍ ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୨୩୧ ପ୍ରଥମ, ୧୪ ଦ୍ବିତୀୟ ଓ ୨ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ (ଏକ୍ସ ରେଗୁଲାର)ରେ ମୋଟ୍ ୮ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୩ ଦିତୀୟ, ୩ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨ କମ୍ପାର୍ଟମେଟାଲ ଓ ଜଣେ ଅକୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟ (ରେଗୁଲାର)ରେ ମୋଟ୍ ୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୫୪ ପ୍ରଥମ ୨୪ ଦିତୀୟ ଓ ୧୨ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟ (ଏକ୍ସରେଗୁଲାର) ରେ ମୋଟ୍ ୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ତୃତୀୟ ଶ୍ରେଣୀରେ ଜଣେ ଉତୀର୍ଣ୍ଣ ହୋଇଥିବାବେଳେ ୨ଜଣ କମ୍ପାର୍ଟମେଟାଲ୍ ରହିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nineteen − two =