Monday, 07/October/2024 02:39
Mo Dhenkanal
ଢେଙ୍କାନାଳ ଖବର

ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ !

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି ଧନତେରସ କାହିଁକି ପାଳନ କରାଯାଏ ସେ କଥା ହୁଏତ କେତେକେ ଜାଣି ନ ଥିବେ।

FB_IMG_1686103726896
Picsart_22-04-11_10-18-21-175

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ। ଏହିଦିନ ଧନ୍ବନ୍ତ୍ରରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ। ଏହିଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ,

IMG-20230205-WA0003
Picsart_22-04-11_10-18-21-175

ଭଗବାନ ଧନ୍ବନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବାତାମାନେ ଅମର ହୋଇ ଯାଇଥିଲେ। ଏହାର ୨ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ।

Picsart_22-04-11_10-18-21-175

ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଧନ୍ବନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ। ତେଣୁ ଧନ୍ବନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five + five =