ଏ.ବି.ଭି.ପି. ପକ୍ଷରୁ ମହାବିଦ୍ୟାଳୟ ପରୀକ୍ଷା ନିମନ୍ତେ ଦାବୀ ପତ୍ର
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କୁ ଆଜି ABVP ଢେଙ୍କାନାଳ ର ଏକ ପ୍ରତିନିଧି ଦଳ ନଗର ସମ୍ପାଦକ ଅରିଜିତ ପଟ୍ଟନାୟକ ଙ୍କ ନେତୃତ୍ଵରେ ଆଗାମୀ 21 ତରିକ ରୁ ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ UG ର ହେବାକୁ ଥିବା ପରୀକ୍ଷା ପାଇଁ ପିଲା ମଧ୍ୟରେ ଥିବା ଦ୍ୱନ୍ଦ ଓ ଅସୁବିଧା କୁ ଦେଖି ଦାବି ପତ୍ର ପ୍ରଦାନ କରାଗଲା l
ନିମ୍ନଲିଖିତ ଦାବି ଗୁଡିକ ହେଲା
1-UG 6th sem ପରୀକ୍ଷା ହେବା ପାଇଁ ମହାବିଦ୍ୟାଳୟ ନୋଟିସ ବାହାର୍ କରି ଅନଲାଇନ ମାଧ୍ୟମରେ ପରୀକ୍ଷା ହେବ ଅବଗତ କରାଇଥିଲେ ମଧ୍ୟ ଏହା ର gudilines ଜଣା ଯାଇ ନାହିଁ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହୁଛନ୍ତି l ତେଣୁ ଯାଥା ଶୀଘ୍ର ଛାତ୍ରଛାତ୍ରୀ ମାନକୁ gudilines ବିଷୟରେ ଅବଗତ କରାଯାଉ l
2- UG ର ଦ୍ଵିତୀୟ ଓ ଚତୁର୍ଥ ବ୍ୟାକ୍ ପେପର ସମ୍ପର୍କରେ କଲେଜ ପ୍ରକାଶ କରିଥିବା ନୋଟିସ ରେ ଏହା ଅଫଲାଇନ ମାଧ୍ୟମରେ ହେବ ବୋଲି ଅବଗତ କରିଛି l ତେବେ ଏହି ପରୀକ୍ଷା ଟି କେବଳ 6th ସେମିଷ୍ଟାର୍ ଛାତ୍ରଛାତ୍ରୀ ଦେବେ ନା ଚତୁର୍ଥ ସେମ ପିଲା ତାଙ୍କ ସହ ମିଶି ଦେବେ ତାହା କଲେଜ ସ୍ପଷ୍ଟ କରୁ l ଛାତ୍ରଛାତ୍ରୀ ମାନଙ୍କ ଦ୍ୱନ୍ଦ ଦୂର କରୁ l
3- ଯଦି ଅଫଲାଇନ ମାଧ୍ୟମରେ ବ୍ୟାକ୍ ପେପର ହୁଏ ଯେଉଁ ଛାତ୍ରଛାତ୍ରୀ ଙ୍କର ଏକେ ରୁ ଅଧିକ ପେପର ଥିବା ସେମାନଙ୍କ ହଷ୍ଟେଲ ରେ ରହିବାର ବ୍ୟବସ୍ଥା କରାଯାଉ l
4- ଦ୍ଵିତୀୟ ଓ ଚତୁର୍ଥଃ ସେମିଷ୍ଟାର୍ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ହେଲା ନାହିଁ ଏବଂ ତାଙ୍କୁ ପରବର୍ତ୍ତୀ ସେମିଷ୍ଟାର୍ ପାଇଁ ଉତ୍ତୀର୍ଣ୍ଣ କରାଯାଇଛି ତେବେ 4th ଓ 2nd ସେମିଷ୍ଟାର୍ ପିଲାଙ୍କ ମାର୍କିଂ କେଉଁ ଆଧାର ରେ ହେବ ଓ ଫଳ କେବେ ସୁଦ୍ଧା ବାହାରିବା କଲେଜ ଯାଥା ଶୀଘ୍ର ନୋଟିସ ଜାରି କରି ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଉ l
ଉପରୋକ୍ତ ସମସ୍ତ ଦାବିକୁ କଲେଜ ଯାଥା ଶୀଘ୍ର ଆଳୋଚନା କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁରଣ୍ କରିବା ପାଇଁ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରାଗଲା ବୋଲି ABVP ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲା ସଂଯୋଯକ ବି ସୂର୍ଯ୍ୟ ରୋଶନ କହିଲେ ଯେ ଯାଥା ଶୀଘ୍ର ଦାବି ପୂରଣ କରାଯାଉ l, ଶୌରଭ ମହାନ୍ତି, ଅମୃତ ଅଭିଷେକ ଦାସ, ଦିବ୍ୟରଞ୍ଜନ ପୁଷ୍ଟି,ବିକ୍ରମ ବେହେରା, ରସରାଜ ଦାସ ପ୍ରମୁଖ ଅଧ୍ୟକ୍ଷ ଙ୍କୁ ଭେଟିଥିଲେ l
ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ