Sunday, 06/October/2024 03:45
Mo Dhenkanal
ଢେଙ୍କାନାଳ ଖବର

ନିରୀହ ଗରିବ ଅସହାୟ ବୃଦ୍ଧା ମହିଳା ଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଲେ, ସ୍ବେଛାସେବୀ

ଢେଙ୍କାନାଳ — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗl ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣି ଗ୍ରାମର ଶ୍ରୀମତୀ ଝିଟା ନାଏକ ଙ୍କ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଢେଙ୍କାନାଳ ହସ୍ପିଟାଲ ରେ ଦେହତ୍ୟାଗ କରିଛନ୍ତି l ଗତ କିଛି ଦିନ ଧରି, ଢେଙ୍କାନାଳ ହସ୍ପିଟାଲର ଡାଇରିଆ ୱାର୍ଡର, ୧୨ ନମ୍ବର ବେଡ଼ରେ ରହି ଚିକିତ୍ସିତ ହେଉଥିଲେ l

FB_IMG_1686103726896
Picsart_22-04-11_10-18-21-175

ତାଙ୍କର ଆର୍ଥିକ ଅନଟନ ଓ ସାମାଜିକ ବାସନ୍ଦ ଯୋଗୁଁ, ତାଙ୍କ ବୃଦ୍ଧା ସ୍ୱାମୀଙ୍କ ଅନୁରୋଧ କ୍ରମେ, ରେଡକ୍ରସ ସ୍ଵେଚଛାସେବୀ କବିତା ବେହେରାଙ୍କ ଠାରୁ ଖବର ପାଇବା ପରେ, ଜିଲ୍ଲା ରେଡ଼କ୍ରସ ସୋସାଇଟ୍ ଆଜୀବନ ସଭ୍ୟ ତଥା ପlଟ୍ରୋନ ରୋଟରିଆନ ରାଜ କିଶୋର ବେହେରା ଓ ସାଇ ସେବା ଟ୍ରଷ୍ଟ ପକ୍ଷରୁ ଶିବ ପ୍ରସାଦ ପଣ୍ଡା ସହଯୋଗର ହାତ ବଢ଼ାଇଥିଲେ l

IMG-20230205-WA0003
Picsart_22-04-11_10-18-21-175

ମୃତା ମହିଳା ଶ୍ରୀମତି ଝିଟା ନାଏକ ଙ୍କ ସ୍ବାମୀ ଗିରିଧାରୀ ନାଏକ, କନିଷ୍ଠ ପୁତ୍ର ମଙ୍ଗରାଜ ନାଏକ ଓ ନାତି ଜଗବନ୍ଧୁ ନାଏକ ଙ୍କ ଉପସ୍ଥିତିରେ, ପୂର୍ଣ୍ଣ ବିଧି ମୁତାବକ ସ୍ଥାନୀୟ ମହିଷlପାଟ ସ୍ଥିତ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l ସ୍ବାମୀ ଗିରିଧାରୀ ମୁଖଗ୍ନି ଦେଇଥିଲେ l ଶେଷରେ ନିରାଶ୍ରୟ ଓ ଅସହାୟ ଗିରିଧାରୀ ଙ୍କୁ ଶୌଚାଦି କରାଯାଇ, ନୂତନ ବସ୍ତ୍ର ପ୍ରଦାନ ପୂର୍ବକ, ସ୍ବେଛାସେବୀ ସଂଗଠନ ଐରା ଦ୍ଵାରା ପରିଚାଳିତ ବରିଷ୍ଟ ନାଗରିକ ଗୃହରେ ଛଡ଼ା ଯାଇଥିଲା l

Picsart_22-04-11_10-18-21-175

ଏହି ମହତ୍ କାର୍ଯ୍ୟରେ ରେଡକ୍ରସ ରାପିଡ ରେଷ୍ପନସ ଗ୍ରୁପ ର ଦିଲ୍ଲୀପ ସାହାଣୀ, ରାମେଶ୍ବର ମାଇତି, ପଦ୍ମନାଭ ନାୟକ, ସାଇ ସେବା ଟ୍ରଷ୍ଟ ପକ୍ଷରୁ ସୁବାସ ଦାସ, ରଘୁନନ୍ଦନ ସାହୁ, ସୁବୋଧ ସିଂହ, ରମାକାନ୍ତ ପତି, ଲକି ନାଥ, ମହମ୍ମଦ ନସିମ ଓ ବିଚିତ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ l

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

16 − 6 =