Monday, 07/October/2024 11:03
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ।

ଢେଙ୍କାନାଳ, ତା ୩୧.୦୫.୨୦୨୧- ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧୁକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓମାନଙ୍କ ସହିତ ଆଲୋଚନା କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବଢୁଥିବାରୁ ଚଳିତ ସପ୍ତାହରେ ସ୍ବାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ, ସରପଞ୍ଚମାନେ ପ୍ରକୃତ ପରିସ୍ଥିତି ପ୍ରତି ସଜାଗ ରହି ଲୋକମାନଙ୍କୁ ଅଧିକ ସଚେତନ କରିବାକୁ କହିଛନ୍ତି । ବିବାହ, ବ୍ରତ ଆଦି ଉତ୍ସବ ସମୟରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଏବଂ ଶୁଦ୍ଧିକ୍ରିୟା ସମୟରେ ସର୍ବାଧିକ ୨୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ଏହି ସମୟରେ କୌଣସି ପ୍ରକାର ଭୋଜିର ଆୟୋଜନ କରାଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି । ଗ୍ରାମାଞ୍ଚଳରେ ଖେଳକୁଦ, କୌଣସି ପ୍ରକାର ଜନସମାଗମକୁ ପ୍ରଶ୍ରୟ ନ ଦେବାକୁ କହିଛନ୍ତି । ଏଥିରେ ଖିଲାପ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରରେ ସଂକ୍ରମଣ ହାର ଅଧିକ ଥିବାରୁ କେହି ଯଦି କୋଭିଡ ପ୍ରୋଟୋକଲ ଖିଲାପ କରିଥାନ୍ତି, ସମ୍ପର୍କରେ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗାଁ କଲ୍ୟାଣ ସମିତି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ କହିଛନ୍ତି । ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସନ୍ଦିଗ୍ଧମାନଙ୍କର ଟେଷ୍ଟିଙ୍ଗ କରାଇବାକୁ କହିଛନ୍ତି । ହୋମ ଆଇସୋଲେସନରେ ରହୁଥିବା କରୋନା ପଜିଟିଭ ମାନଙ୍କ ସହିତ ଯୋଗାଯୋଗ ରଖି, ଆକ୍ରାନ୍ତ ମାନେଅଧିକ ଗୁରୁତର ହେଲେ ସେମାନଙ୍କୁ ତୁରନ୍ତ କୋଭିଡ କେୟାର ସେଣ୍ଟର ଅଥବା କୋଭିଡ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତରଣ କରିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ତହସିଲଦାର, ବିଡିଓ, ସିଡିପିଓ ସେମାନଙ୍କର ନେଟୱାର୍କ କୁ ଅଧିକ ବ୍ୟବସ୍ଥିତ ଏବଂ କ୍ରିୟାଶୀଳ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଏହି ଭିସି ସମୟରେ ଓସ୍ଵନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍ବକାରୀ ଡାକ୍ତର ସୁଜାତାରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧ୍ବକାରୀ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଆପତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × 4 =