Sunday, 06/October/2024 03:35
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲାର କୋଭିଡ଼ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା !

ଆଜି ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଓସୱାନ ଭିଡିଓ କନଫରେନସିଙ୍ଗ ହଲଠାରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ଓ କୋଭିଚ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଜନଗହଳି ଠାରୁ ଦୂରେଇ ରହିବା, ମାସ୍କ ପରିଧାନକୁ ଗୁରୁତ୍ବ ଦେବା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ସମ୍ପ୍ରତି ପରିସ୍ଥିତିରେ ଅଧିକ ସ୍ଵାସ୍ଥ୍ୟ ସଚେତନ ହେବା ପାଇଁ ମାଇକିଙ୍ଗ ଦ୍ବାରା ପ୍ରଚାର କରିବାକୁ ସେ ଉପଜିଲ୍ଲାପାଳ ଓ ବିଡିଓ ମାନଙ୍କୁ କହିଛନ୍ତି । ଯେଉଁ ମାନେ କୋଭିଡ ଟୀକା ନେଇ ନାହାନ୍ତି ସେମାନେ ଯଥାଶୀଘ୍ର ଟୀକା ନେଇଯିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ଟେଷ୍ଟିଙ୍ଗ କରିବାକୁ ସେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି । ଜନଅଭିଯୋଗ ଗୁଡିକୁ ଗୁରୁତ୍ଵ ଦେଇ ତାର ଯଥାଯଥ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଶ୍ରମ ଦିବସ ସୃଷ୍ଟି କରି ଲୋକମାନଙ୍କୁ ରୋଜଗାରକ୍ଷମ କରାଇବାକୁ ସ୍ଵାବଲମ୍ବୀ କରିବାକୁ ଏବଂ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରତି ସଜାଗ ହେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି କେନ୍ଦ୍ରଗୁଡିକର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ସହିତ ଅସମ୍ପୂର୍ଣ ଘରକୁ ଶୀଘ୍ର ଶେଷ କରିବାକୁ କହିଛନ୍ତି । ପିଲା ମାନେ ଅଙ୍ଗନବାଡି କେନ୍ଦ୍ରକୁ ଆସି ଯୋଗାଇ ଦିଆଯାଉଥିବା ଖାଦ୍ୟ ଜାଫରି ଖାଇପାରିବେ ଓ ସେମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ ସେଥି ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ସମସ୍ତ ଅଙ୍ଗନବାଡି କର୍ମୀ, ହେଲପର, ସୁପରଭାଇଜର, ସିଡିପିଓ, ବିଡିଓ ମାନେ ଯବାନ ହେବାକୁ ପରାମର୍ଶ ଦେଇଛନ୍ତି । ନିୟମିତ କ୍ଷେତ୍ର ପରିଦର୍ଶନ କରି ସମସ୍ତ କାର୍ଯ୍ୟକ୍ରମ କୁ ଫଳପ୍ରଦ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।

Picsart_22-04-11_10-18-21-175

କୋଭିଡ ସଂକ୍ରମଣକୁ ବୃଦ୍ଧି ଘଟୁଥିବାରୁ ସ୍କୁଲ, କଲେଜର ୧୫ ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ ଅଗ୍ରାଧ୍କାର ଭିଭିରେ ଟୀକାକରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଟୀକା କରଣ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି । ସଚେତନ ଓ ସାବଧାନ ରହିବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ସେ ଏନ୍ଟିଜେନ ଓ ଆରଟିପିସିଆର ଟେଷ୍ଟିଙ୍ଗ ସମ୍ପର୍କ ରେ ଅବଗତ କରାଇବା ସହ ବୟସ୍କ ମାନଙ୍କ ପ୍ରି-କସନ ଟୀକା ପ୍ରଦାନ ସମ୍ପର୍କ ତଥ୍ୟ ପ୍ରଦାନ କରିଥିଲେ ।

ଆସନ୍ତା ୧୫ ଅଗଷ୍ଟରେ ଅମୃତ ସରୋବର ପ୍ରକଳ୍ପର ଉଦ୍ଘାଟନ ହେବାକୁ ଥିବାରୁ ଯଥା ଶୀଘ୍ର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ବିଡିଓ ମାନଙ୍କୁ କହିଛନ୍ତି । ବ୍ୟାପକ ବୃକ୍ଷ ରୋପଣ, ମାଟି ରାସ୍ତା ନିର୍ମାଣ, ପୋଖରୀ ଖନନ, ପାର୍କ ନିର୍ମାଣ, ଖେଳ ପଡିଆ ପ୍ରସ୍ତୁତି ଆଦି କାର୍ଯ୍ୟରେ ଲୋକ ମାନଙ୍କ ପାଇଁ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ କହିଛନ୍ତି । ଗ୍ରାମୀଣ ଆବାସ ଯୋଜନାରେ ସମସ୍ତ ଗୃହ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବାକୁ ସେ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ (ସାଧାରଣ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ସାହୁ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା। ଛାୟା ମହାପାତ୍ର, ଓସଡମାର ଡି.ଆର.ଆର. କନ୍ସଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ଦାଶ, ତହସିଲଦାର ଅନୁପମା ମୁସ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × 2 =