Sunday, 06/October/2024 03:49
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲାରେ ଗଡିଲା କୋଭିଡ-୧୯ ଟୀକାକରଣ ଓ ଶିଶୁ ସୁରକ୍ଷା ସଚେତନତା ରଥ !

ଢେଙ୍କାନାଳ : ଏବେବି କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ଯଦିଓ ମହାମାରୀର ଭୟ ଜନସାଧାରଣଙ୍କ ମଧ୍ୟରେ ଟିକେ କମି ଆସିଲାଣି । ଏହି କରୋନା ମହାମାରୀକୁ ସମ୍ପୂର୍ଣ୍ଣ ରୂପେ ଦୁରେଇବା ଲାଗି ସମସ୍ତ୍ ଜନସାଧାରଣ ଟୀକା ନେବାର ଆବଶ୍ୟତତା ରହିଅଛି । କିଛି ଲୋକଙ୍କ ମଧ୍ୟରେ ଟୀକାକରଣକୁ ନେଇ ଭ୍ରାନ୍ତ ଧାରଣା ରହିଅଛି । ଅନ୍ୟ ପକ୍ଷରେ ଶିଶୁମାନଙ୍କର ଏବେ ବି ଟୀକାକରଣ ହୋଇନାହିଁ ।

FB_IMG_1686103726896
Picsart_22-04-11_10-18-21-175

ସେମାନଙ୍କ ଜୀବନ ପ୍ରତି ଏବେ ମଧ୍ୟ ବିପଦର ସମ୍ଭାବନା ରହିଅଛି । ଦ୍ୱିତୀୟତଃ ଏହି କରୋନା ମହାମାରୀ ପାଇଁ ପିତା ମାତା ଆର୍ଥିକ ସମସ୍ୟାର ସମ୍ମୁଖୀନୋ ମଧ୍ୟ ହେଉଛନ୍ତି । ତେଣୁ ସେମାନେ ନିଜ ପିଲାମାନଙ୍କର କମ ବୟସରେ ବିବାହ କରିଦେଉଛନ୍ତି । କମ ବୟସରେ ବିବାହ କରିବା ଦ୍ୱାରା କମ ବୟସରେ ଗର୍ଭ ଧାରଣ ମଧ୍ୟ କରନ୍ତି ଯାହାକି ମାଆ ଓ ଶିଶୁ ଉପରେ ପ୍ରଭାବ ପକାଏ । ଆର୍ଥିକ ଅସୁବିଧା ଲାଗି ଶିଶୁମାନେ ଅଧାରୁ ପାଠ ପଢା ଛାଡି ଶ୍ରମିକ ଭାବରେ କାମ କରୁଛନ୍ତି । ଯଦ୍ୱାରା ସେମାନଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଅଛି । ଏହିସବୁ ପ୍ରଥାକୁ ରୋକିବା ଲାଗି ଜନସାଧାରଣଙ୍କ ମଧ୍ୟରେ ବାରମ୍ବାର ସଚେତନତାର ଆବଶ୍ୟକତା ରହିଛି । ଏହିପରି ସମୟୋରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, କନ୍ୟା ଭୃଣ ହତ୍ୟା, ଶିଶୁ ନିର୍ଯ୍ୟାତନ ପରି ପ୍ରଥାକୁ ସମ୍ପୂର୍ଣ୍ଣ ରୁବେ ବିଲୋପ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଡ ଆସୋସିଏସନର ମିଳିତ ସହଯୋଗରେ ଆମ ଜିଲ୍ରାରେ ଗଡିଲା କୋଭିଡ-୧୯ ଟକାକରଣ ଓ ଶିଶୁସୁରକ୍ଷା ସଚେତନତା ରଥ । ଏହି ରଥଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବ । ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ୱାରା ଏହି ସଚେଚନତା ରଥଟିର ଉଦଘାଟନ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ , ଜଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଦର ବ୍ଳକଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଓ କର୍ମକର୍ତା ଯେପରିକି ଜିଲ୍ଲା ଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମାଜମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ଶାଖା, ଜିଲ୍ଲା ସଂଯୋଜିକା, ଆକ୍ସନ ଏଡ ଓ ୟୁନିସେଫ, ଚାଇଲ୍ଡ ଲାଇନର କର୍ମକର୍ତା, ଶୋଭା ଅନୁଷ୍ଠାନର ମୁଖ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ, ଆଇସିଡିଏସର ସୁପରଭାଇଜର, ଅଙ୍ଗନୱାଡି କର୍ମୀ ପ୍ରଭୃତି ଯୋଗଦାନ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

fifteen − 1 =