Sunday, 06/October/2024 03:36
Mo Dhenkanal
ଢେଙ୍କାନାଳ ଖବର

ଭିଡିଓ କନ୍ଫରେନ୍ସରେ ବିଭିନ୍ନ ଅଧିକାରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା

ଭିଡିଓ କନ୍ଫରେନ୍ସରେ ବିଭିନ୍ନ ଅଧିକାରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲା କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ,ଏସ.ଡି.ପି. ଓ. ,ବି.ଡି.ଓ. , ତହସିଲଦାର, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀ,
ସି.ଡି.ପି. ଓ. ମାନଙ୍କ ସହିତ ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରି ସମୀକ୍ଷା କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

  ସଂପ୍ରତି ସଂକ୍ରମଣକୁ ଦୃଷ୍ଟିରେ ରଖି ସହର ଏବଂ ଗ୍ରାମାଞ୍ଚଳର ହାଟ ବଜାରରେ ଜନଗହଳି ସ୍ଥାନରେ ମାସ୍କ୍ ପରିଧାନ ଓ ସାମାଜିକ ଦୂରତା ପାଳନରେ ବ୍ୟତିକ୍ରମ ଘଟୁଥିବାରୁ ତାହାର ସଠିକ୍ ତଦାରଖ କରିବା,ବିନା ଅନୁମତିରେ ବିଭିନ୍ନ ପ୍ରକାରର ଖେଳକୁଦ, ଜନସମାଗମ, ଉତ୍ସବ ଆଦି ନ କରିବାକୁ ସମସ୍ତ ଉପ-ଜିଲ୍ଲାପାଳ, ଏସ.ଡି. ପି.ଓ. ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ତୀକ୍ଷ୍ଣ ଦୃଷ୍ଟି ଦେବା ସହ ଏଥିରେ ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Picsart_22-04-11_10-18-21-175

   କୋଭିଡ୧୯ ଅନୁପାଳନର ତଦାରଖ କରି ବି.ଡ଼ି.ଓ., ତହସିଲଦାର ଏବଂ ଥାନା ଅଧିକାରୀ ନିର୍ଦ୍ଧାରିତ ଫର୍ମରେ ସାପ୍ତାହିକ ରିପୋର୍ଟ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବେ । ହୋମ୍ କ୍ଵାରେଣ୍ଟାଇନରେ ଥିବା ଆକ୍ରାନ୍ତମାନେ ବାହାରେ ବୁଲାବୁଲି, ମିଳାମିଶା କଲେ, ସେମାନଙ୍କୁ ଚିହ୍ନଟ କରାଯାଇ କୋଭିଡ କେୟାର କୁ ପଠାଯିବ ଏବଂ ସ୍ଵାସ୍ଥ୍ୟ କର୍ମୀମାନେ ନିୟମିତ ଯୋଗାଯୋଗ କରି ସେମାନଙ୍କର ସ୍ଵାସ୍ଥ୍ୟ ଯାଞ୍ଚ କରିବେ ।
ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଗର୍ଭବତୀ ମହିଳା, ଥଣ୍ଡା,ଜର,କାଶରେ ଆକ୍ରାନ୍ତ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ସଂପର୍କୀତ ସଠିକ୍ ତଥ୍ୟ ସଂଗ୍ରହ କରିବେ । ଆବଶ୍ୟକ ସ୍ଥଳେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ୍ ଓ ଆର୍ ଟି ପି ସି ଆର୍ ଉପରେ ଗୁରୁତ୍ବ ଦିଆଯିବ । ବିଭିନ୍ନ ଦିନ କରାଯାଉଥିବା ଆଣ୍ଟିଜେନ୍ ଟେଷ୍ଟର ଦିନ,ସମୟ ଓ ସ୍ଥାନ ସମ୍ପର୍କରେ ତଥ୍ୟ ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟରେ ଜନ ସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବ । ଜନସଚେତନତା ପାଇଁ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ହୋଡିଙ୍ଗ୍ ଲଗାଯିବ । ପ୍ରତ୍ୟେକ ନିର୍ଦ୍ଧାରିତ କରୋନା ଟେଷ୍ଟ୍ କେନ୍ଦ୍ରରେ ୫୦ ରୁ ୧୦୦ ଜଣଙ୍କର ଟେଷ୍ଟ୍ କରାଯିବ । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଅଧିକ ଟେଷ୍ଟ କରାଯାଇ ପାରିବ । ଚିହ୍ନଟ ଆକ୍ରାନ୍ତଙ୍କୁ ସେମାନଙ୍କ ଘରୁ ଗାଡ଼ିରେ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯିବ ।

    ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ  ସୌଦାମିନୀ ସେଠୀ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ସୁଜାତା ରାଣୀ ମିଶ୍ର, ଉପଜିଲ୍ଲାପାଳ  ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀହର୍ଷ ମିଶ୍ର,ଏ.ଡି. ଏମ୍. ଓ.  ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two + 7 =