କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଆସିଲା ପରେ ପ୍ରଥମ ଥର ପାଇଁ ଢେଙ୍କାନାଳ ଜିଲ୍ଲା କିକ୍ ବକ୍ସିଙ୍ଗ୍ ଦଳରେ ୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଖେଳାଳୀ ନେଇ ଗଠିତ ଦଳ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଅନ୍ୟତମ ସମ୍ମାନ ବିଭୂତି ଭୂଷଣ ନାୟକ, ଆଇ.ଏ.ଏସ୍, ଟ୍ରେନି ଙ୍କ ସହ ସ୍ଥାନୀୟ ସରକିଟ୍ ହାଉସ୍ ପ୍ରାଙ୍ଗଣରେ ବିଦାୟ ଦେଇଥିଲେ । ଜାତୀୟ ସ୍ତରରେ ଏହିଭଳି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପ୍ରଶାସନ ସମସ୍ତ ସହଯୋଗ କରିବାକୁ ପ୍ରତିସୁତି ବନ୍ଧ ଏବଂ ପ୍ରତିଯୋଗିତାରେ ଫେରିଲ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯିବ, ନିମନ୍ତେ ପ୍ରକାଶ କରିଥିଲେ ।
ଜିଲ୍ଲା ଦଳରେ ମହିଳା ବିଭାଗରେ କୀର୍ତିରାଣୀ ସାହୁ, ବବି ପ୍ରତିହାରୀ, ଲକି ବିଶ୍ୱାସ ବିଭାଗରେ ମିହିର କୁମାର ସାହୁ, ମାନସ ରଞ୍ଜନ ଅମାତ, ଦୁଲ୍ଲାରାମ ହାଂସଦା ଏବଂ ରୂପେନ୍ଦ୍ର ମାରାଣ୍ଡି ୱାକ ଇଣ୍ଡିଆ ସିନିୟର ଓ ମାଷ୍ଟର ଜାତୀୟ କିକ୍ ବକ୍ସିଙ୍ଗ୍ ଚମ୍ପିୟାନ ସିପ୍ ୨୬ ଠାରୁ ୨୯ ୨୦ ୨୧ ବ୍ୟାଡ଼ମିଣ୍ଟନ ହଲ, ପୋଦାମ କ୍ରୀଡା ପରିସରରେ କରସୋୱାଡା, ମାପୁସା, ଗୋଆ ଠାରେ ଯୋଗଦାନ ନିମନ୍ତେ ଆସନ୍ତା ୨୪ ତାରିଖରେ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପି କୁମାର ମହାନ୍ତି ଏବଂ ଶ୍ରୀ ସନ୍ତୋଷ କୁମାର ପରିଡ଼ା କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ