ଇନରହୁଇଲ କ୍ଲବ କପିଳାସ ଢେଙ୍କାନାଳ ତରଫରୁ ସ୍ଥାନୀୟ ଗୋବିନ୍ଦପୁର ସ୍ଥିତ ଜୀବନ ଜ୍ୟୋତି ଆଶ୍ରମରେ ଶାରୀରିକଅକ୍ଷମ ପିଲା ମାନଙ୍କ ସହ ଶିଶୁ ଦିବସ ପାଳନ କରାଯାଇଛି ।
ସକାଳେ ସମସ୍ତ ପିଲା ମାନଙ୍କୁ ସକାଳ ଭୋଜନ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କୁ ଚିତ୍ରାଙ୍କନ ପାଇଁ ରଙ୍ଗ ତୁଳୀ, ରଙ୍ଗ, ପେନସିଲ, ପେନ, ଚିତ୍ରାଙ୍କନ ଖାତା ଆଦି ପ୍ରଦାନ କରାଯାଇଥିଲା, ସମସ୍ତ ସଭ୍ୟା ମାନେ ପିଲାମାନଙ୍କୁ ଖେଳ, ନାଚ, ଗୀତ ମାଧ୍ୟମରେ ମନୋରଞ୍ଜନ କରିଥିଲେ, ସେମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ତା ମଧ୍ୟ କରାଯାଇଥିଲା । ଅନୁଷ୍ଠାନ ର ସଭ୍ୟା ମାନେ ଏକ ଅଭୁଲା ଅନୁଭୂତି ନେଇ ସେମାନଙ୍କ ଠାରୁ ବିଦାୟ ନେଇଥିଲେ । ଶିଶୁ ହସିଲେ ଦେଶ ହସିବ ଏହା ଥିଲା ସେମାନଙ୍କର ସଂକଳ୍ପ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ