Sunday, 06/October/2024 03:53
Mo Dhenkanal
ଢେଙ୍କାନାଳ ଖବର

ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୩ ପାଳିତ ।

ଢେଙ୍କାନାଳ: ତା.୧୪.୧୧.୨୦୨୩ ରିଖ: ସ୍ଥାନୀୟ ଶତାୟୁ ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୩ ମଧ୍ୟ ପାଳିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ମୁଖ୍ୟଅତିଥି ଭାବରେ ଆମ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ,୧୯୮୦ ମସିହା ପ୍ରାକ୍ତନ ଛାତ୍ର, ରାଜ୍ୟ,ଜାତୀୟ

FB_IMG_1686103726896
Picsart_22-04-11_10-18-21-175

ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଆଜିର ଶିଶୁମାନେ ଆସନ୍ତା କାଲିର ନାଗରିକ ଓ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ଭର କରିଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ଏହି ଶିଶୁ ଦିବସ ଉତ୍ସବରେ ସଭାପତିତ୍ବ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଶିଶୁ ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ବୈଜ୍ଞାନିକମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରିବାକୁ ଓ ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୁମିକା ନିର୍ବାହ କରୁଥିବା ସମସ୍ତଙ୍କୁ ପ୍ରଣାମ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।

Picsart_22-04-11_10-18-21-175

୧୯୭୯ ବ୍ୟାଚ୍ ପ୍ରାକ୍ତନ ଛାତ୍ରୀ ତଥା ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ପ୍ରାକ୍ତନ ଶିକ୍ଷକ ତଥା ବର୍ତ୍ତମାନର ଅତିଥି ଶିକ୍ଷକ ସୁଭାଷ କୁମାର ନନ୍ଦ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନର ଅତିଥି ଶିକ୍ଷକ ବିନୋଦ କୁମାର ରାଉତ,ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମାହାଳିକ, ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ପ୍ରାକ୍ତନ ଛାତ୍ର ତଥା ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥୀଙ୍କ ମିଳିତ ମାର୍ଗଦର୍ଶନରେ, ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,

ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା, ଅନୁପମା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ସ୍ମିତା ପଟ୍ଟନାୟକ,ଅନିତା ସାହୁ କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ କର୍ମଚାରୀ ବୃନ୍ଦ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ ପ୍ରାକ୍ତନ ପ୍ରଧାମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ,ଧୂପ ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର- ଛାତ୍ରୀମାନେ ପ୍ରାର୍ଥନା ସଙ୍ଗୀତଗାନ କରିଥିଲେ।ଛାତ୍ରୀ- ଛାତ୍ରମାନଙ୍କ ମଧ୍ୟରେ ପିନାକୀ ପ୍ରିତମ ଛୋଟରାୟ,ଦେବୀଦତ୍ତ ଶତପଥୀ,ଶୁଭ୍ରାଂଶୁ ଶେଖର ସାହୁ,ଆଶୁତୋଷ ତ୍ରିପାଠୀ,ଦୁର୍ଗା ପ୍ରସାଦ ମିଶ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ପରେପରେ ଆଜିର ଶିଶୁ ଦିବସର ଆଭିମୁଖ୍ୟ ଓ ନେହେରୁଙ୍କ ଜୀବନାଦର୍ଶ ସମସ୍ତଙ୍କ ଜୀବନକୁ ଅନୁପ୍ରାଣିତ କରିପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ପ୍ରେରଣାରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷକ ଦିପ୍ତିଶ କୁମାର ଶତପଥୀଙ୍କ ମିଳିତ ମାର୍ଗଦର୍ଶନରେ ଓ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ମିଳିତ ସହଯୋଗିତାରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।୧୯୭୯ ବ୍ୟାଚ୍ ପ୍ରାକ୍ତନ ଛାତ୍ରୀ ତଥା ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ସ୍ୱାଗତ ଭାଷଣ ,କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା,କାର୍ଯ୍ୟକ୍ରମର ସଫଳ ପରିଚାଳନା,କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଚକ୍ଲେଟ୍ ବଣ୍ଟନ କରାଯାଇଥିଲା ।

ଏହି ଅବସରରେ ବିଦ୍ୟାଳୟର ୨୫ ଜଣ ଛାତ୍ରୀ-ଛାତ୍ର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଜ୍ଞାନ ଶିକ୍ଷୟିତ୍ରୀ କିରଣମୟୀ ମହାଳିକଙ୍କ ତତ୍ତ୍ୱାବଧାନରେ ତଥା ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସକ୍ରିୟ ତଥା ସଫଳ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଶିଶୁ ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଶିକ୍ଷାର ପ୍ରସାର ଓ ମାନବ ସମ୍ବଳ ବିକାଶ ହିଁ ଦେଶ ବିକାଶର ମୂଳମନ୍ତ୍ର ବୋଲି ମତ ପ୍ରକାଶ କରି ଥିଲେ।ସ୍ଵହସ୍ତରେ ବିଜ୍ଞାନ ପରୀକ୍ଷଣ ଦ୍ବାରା ଛାତ୍ରୀ- ଛାତ୍ର ମାନେ ବିଜ୍ଞାନମନସ୍କ ହୋଇ ବିଜ୍ଞାନକୁ ଲୋକପ୍ରିୟ କରାଇ ସେମାନଙ୍କ ମନରେ ପର୍ଯ୍ୟବେକ୍ଷଣ, ଅନୁସନ୍ଧାନ ଓ ପରୀକ୍ଷଣ ମାଧ୍ୟମରେ ଉଦ୍ଭାବନର ଦ୍ଵାର ଉନ୍ମୁକ୍ତ କରି ମାନବସମ୍ବଳର ବିକାଶ କରି ଦେଶ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ସମସ୍ତଙ୍କୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ନିଜେ ବିଜ୍ଞାନ ପରୀକ୍ଷଣ କରି ନିଜ ହାତରେ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଲେ ବିଜ୍ଞାନ ଅତ୍ୟନ୍ତ ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି ସେ ଦୃଢ଼ ମତପୋଷଣ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ଶଙ୍କର ଗୁରୁଙ୍ଗ ସ୍ୱାଗତ ଭାଷଣ ,କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା,ବିଜ୍ଞାନ କେନ୍ଦ୍ରର ସମସ୍ତ ସହକର୍ମୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ପରିଚାଳନା,କାର୍ଯ୍ୟକ୍ରମ ସଂଯୋଜନା ଓ ସୁନ୍ଦର ବିଜ୍ଞାନ ପରୀକ୍ଷଣ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

5 × 1 =