Sunday, 06/October/2024 03:43
Mo Dhenkanal
ଢେଙ୍କାନାଳ ଖବର

ଗଡ଼ିଲା ବାଲ୍ୟବିବାହ ନିବାରଣ ସଚେତନତା ରଥ !

ରାଜ୍ୟରେ ଢେଙ୍କାନାଳ ଜିଲ୍ଲାରେ ବାଲ୍ୟବିବାହ ହାର ରାଜ୍ୟଠାରୁ ଅଧିକ ରହିଛି। ୨୦ ପ୍ରତିଶତ ବାଲ୍ୟବିବାହ ହାର ରହିଥିବା ବେଳେ ଜିଲ୍ଲାରେ ଏହି ହାର ୨୩.୭ ପ୍ରତିଶତ ରହିଛି । କେବଳ ବାଲ୍ୟବିବାହ ନୁହେଁ, ମହିଳା ହିଂସା ମଧ୍ୟ ଜିଲ୍ଲାରେ ବଢିବାରେ ଲାଗିଛି।

FB_IMG_1686103726896
Picsart_22-04-11_10-18-21-175

ଯାହାକି ଆମ ସମାଜ ପାଇଁ ଏକ କଳଙ୍କ। ଏହାକୁ ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ଦୂର କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆଜି ବାଲ୍ୟବିବାହ ନିବାରଣ ଏବଂ ମହିଳା ହିଂସା ବିରୋଧୀ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌କୁ ଯାଇ ସଚେତନତା ସୃଷ୍ଟି କରିବ।

Picsart_22-04-11_10-18-21-175

ଦେଶରେ ବାଲ୍ୟବିବାହ ଦଣ୍ଡନୀୟ ଅପରାଧ। କମ୍ ବୟସରେ ବିବାହ ତଥା ପୁଅକୁ ୨୧ ବର୍ଷ ଓ ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ କରାଯିବା ଦ୍ଵାରା ଦୁଇଜଣଙ୍କ ଜୀବନ ନଷ୍ଟ ହୋଇଯାଉଛି। ଅଧାରୁ ପାଠବନ୍ଦ ହୋଇଯିବା, କମ୍ ବୟସରେ ମାତୃତ୍ୱ ଲାଭ କରିବା, ଶିଶୁ ଶ୍ରମିକ ଭାବେ କାମ କରିବା, ଘରୋଇ ହିଂସାର ଶିକାର ହେବା, ଆର୍ଥିକ ଓ ପାରିବାରିକ ସମସ୍ୟାର ଶିକାର ହେବା, ସର୍ବୋପରି ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇବା ଭଳି ସମସ୍ୟା ଦେଖାଦେଉଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ରମେଶଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

three × four =