ତା. ୨୨.୦୬.୨୦୨୩ / ଢେଙ୍କାନାଳ – ୧ ମାସ ବ୍ୟାପି ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ ଜୁନ ମାସ ୦୧ ତାରିଖ ୨୦୨୩ ଠାରୁ ୩୦.୦୬.୨୦୨୩ ପର୍ଯ୍ୟନ୍ତ ଚାଲୁରହିଅଛି । ସେହି ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରେ ଶ୍ରମ ବିଭାଗ ତରଫରୁ ବ୍ୟାପକ ଚଢାଉ ଜାରି ରହିଥିବା ବେଳେ ଆଜି ପରଜଙ୍ଗ ବ୍ଲକ ରେ ଏକ ଇଟା ଭାଟିରେ ଗାଡିରେ ଇଟା ରଖୁଥିବା ବେଳେ
୧ ଜଣ ଶିଶୁ ଓ ୨ ଜଣ କିଶୋର ଶ୍ରମିକ ଙ୍କୁ ଟାସ୍କ ଫୋର୍ସ ଦଳ ଉଦ୍ଧାର କରି ଆଇନ ମତ୍ତେ ଢେଙ୍କାନାଳ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ନିକଟରେ ପେସ କରାଯାଇଥିଲା ଓ ପରବର୍ତ୍ତୀ କାଳରେ ସେମାନଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଧୀନରେ ଥିବା Open Shelter କୁ ପଠାଇ ଦିଆଯାଇଅଛି ।
ଏହି ଟାସ୍କ ଫୋର୍ସ ରେ ଜିଲ୍ଲା ଶ୍ରମ ବିଭାଗ, ପରଜଙ୍ଗ ଥାନା ପୋଲିସ ,ଶିଶୁ ସୁରକ୍ଷା ଅଧିକାରି ଙ୍କ ପ୍ରତିନିଧୂ, ଏକଜୂଟ (NGO) ର ପ୍ରତିନିଧ୍ଵ ଓ ଡାକୁର ଙ୍କ ଉପସ୍ଥିତିରେ ମିଳିତ ଚଢାଉ କରି ପରଜଙ୍ଗ ବ୍ଲକ ଅଞ୍ଚଳରେ ବିଭିନ୍ନ ଢାବା, ହୋଟେଲ ଓ ଅନ୍ୟାନ୍ୟ ଶିଳ୍ପ ଅନୁଷ୍ଠାନ ଗୁଡିକରେ ଚଢାଉ କରାଯାଇଥିଲା ।
ସେହି ଶିଶୁ ଓ କିଶୋର ଙ୍କୁ ନିୟୋଯିତ କରିଥିବା ନିଯୁକ୍ତିକର୍ତ୍ତା ତଥା ସଂସ୍ଥା ବିରୁଦ୍ଧରେ ଶିଶୁ ଓ କିଶୋର ଶ୍ରମିକ ଆଇନ ଅନୁସାର ମୋକଦ୍ଦମା ଦୟାର କରାଯିବ ସହିତ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଆଦେଶାନୁସାରେ ଟ. ୨୦,୦୦୦/- ଆଦାୟ କରିବା ନିମନ୍ତେ ପଦକ୍ଷେପ ନେଉଥିବାର ଜିଲ୍ଲା ଶ୍ରମ ଅଧିକାରୀ, ଢେଙ୍କାନାଳ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏଥ୍ ସହିତ ଆଗାମୀ ଦିନରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିବ ବୋଲି ଶ୍ରମ ବିଭାଗ ତରଫରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ