ଢେଙ୍କାନାଳ : ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳ ଢେଙ୍କାନାଳ ପୌରାଞ୍ଚଳରେ ଅବସ୍ଥିତ ଜଳମଳ ବିଶୋଧନାଗାର ପରିଦର୍ଶନ କରିଥିଲେ ।
ମଳଜଳର ସୁପରିଚାଳନା ପାଇଁ ପ୍ରତିଷ୍ଠା କରାଯାଇଥିବା ଏହି ବିଶୋଧନାଗାରକୁ ପରିଦର୍ଶନ କରିବା ସହ ତତ୍ ସମ୍ବନ୍ଧିୟ କାର୍ଯ୍ୟଗୁଡିକୂୁ ଏହି ପ୍ରତିନିଧି ମଣ୍ଡଳ ବିଶେଷ ଭାବରେ ଆଲୋଚନା କରିଥିଲେ ।
ଏହି ପରିଦର୍ଶନ ସମୟରେ ଭାରତ ସରକାରଙ୍କର ଅତିରିକ୍ତ ଶାସନ ସଚିବ ଅରୁଣ ବାରୋକା ଏବଂ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ,ଓଡିଶା ସରକାରଙ୍କ ଅତିରିକ୍ତ ଶାସନ ସୁବାସ ଚନ୍ଦ୍ର ଦାସ ମଧ୍ୟ ଉପସ୍ଥିତ ଥିଲେ । ଢେଙ୍କାନାଳ ପୌରାଞ୍ଚଳରେ ଥିବା ଏହି ବିଶୋଧନାଗାର ସହିତ ସଦର ବ୍ଳକର୧୦ କିଲୋମିଟର ବ୍ୟବଧାନରେ ଥିବା ୧୭ ଗୋଟି ଗ୍ରାମ ପଞ୍ଚାୟତ ମଳଜଳ ସୁପରିଚାଳନା ପାଇଁ ସଂଯୋଗ କରାଯାଇଅଛି ।
ବର୍ତ୍ତମାନ ସରକାରଙ୍କ ତରଫରୁ ସହରାଞ୍ଚଳରେ ଅବସ୍ଥିତ ଥିବା ଏହି ବିଶୋଧନାଗାର ଗୁଡିକୁ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକୁ ସଂଯୋଗ କରାଯିବା ସଙ୍ଗେ ସଙ୍ଗେ ମାଟିରେ ମିଶୁନଥିବା ବର୍ଜ୍ୟ ଓ ଆବର୍ଜନା ଯଥା-ପ୍ଲାଷ୍ଟିକ ଓ ପଲିଥିନ ଇତ୍ୟାଦିର ସୁପରିଚାଳନା ନିମନ୍ତେ ସହରରେ ଅବସ୍ଥିତ ବର୍ଜ୍ୟବସ୍ତୁ ସୁପରିଚାଳନା କେନ୍ଦ୍ର(ମ୍ୟାଟେରିଆଲ ରିକଭରି ଫାସିଲିଟି) ଗୁଡିକ ସହ ସଂଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ପରିଦର୍ଶନ ସମୟରେ ଢେଙ୍କାନାଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଭୂମେଶ ଚନ୍ଦ୍ର ବେହରା, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ନରୋତମ ବେହେରା ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ,ଅଧିକ୍ଷଣ ଯନ୍ତ୍ରୀ ପାନୀୟ ଜଳ ବିଭାଗ ସୁରେନ୍ଦ୍ର କୁମାର ବେହେରା, ଢେଙ୍କାନାଳ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ,ସିପିଆର ୟୁନିସେଫର ବରିଷ୍ଠ ଗବେଷକ ହୃଦାନନ୍ଦ ମହାନ୍ତି ଏବଂ କେନ୍ଦ୍ର ରାଜ୍ୟ ତଥା ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏହି ପରିଦର୍ଶନ ସମୟରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ