Sunday, 06/October/2024 03:25
Mo Dhenkanal
ଢେଙ୍କାନାଳ ଖବର

ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା । ଦ୍ୱାଦଶ ଓ ଦଶମ ଟପ୍ପର ମୋନାଲିଶା ରାଉତ ଏବଂ ସାଇସୁଧା ନାୟକ !

ଢେଙ୍କାନାଳ ସହର ବନମାଳୀ ସ୍ଥିତ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ସିବିଏସଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ ସ୍କୁଲର ଛାତ୍ରୀ ମୋନାଲିଶା ରାଉତ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୯୫.୬% ରଖି ବିଦ୍ୟାଳୟର ଦ୍ୱାଦଶ ଟପ୍ପର ହୋଇଥିବା ବେଳେ ଛାତ୍ରୀ ସାଇସୁଧା ନାୟକ ଦଶମରେ ୯୭.୪% ହାସଲ କରି ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ହୋଇପାରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସମୁଦାୟ ୨୦୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୫ଜଣ ଦଶମ ଶ୍ରେଣୀ ଓ ୮୧ ଜଣ ଦ୍ୱାଦଶ ଶ୍ରେଣୀ ସଫଳତାର ସହ ୧୦୦% ପାସ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

Picsart_22-04-11_10-18-21-175

ଶୁକ୍ରବାର ଦିନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟ ମାନଙ୍କର ଦ୍ୱାଦଶ ଏବଂ ଦଶମ ବୋର୍ଡ଼ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦ୍ୱାଦଶ ୮୧ ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଯଥାକ୍ରମେ ମୋନାଲିଶା ରାଉତ( ୯୫.୬%), ଅରୋଶିଷ ସିଂହ(୯୩.୮%) ଓ ଦିଶା ଦର୍ଶୀତା(୮୯.୮%) । ଏହି କ୍ରମରେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଯଥାକ୍ରମେ ସୌମ୍ୟରଂଞ୍ଜନ ମିଶ୍ର(୮୯.୨%) ଓ ପ୍ରଥିତରାଜ ପଣ୍ଡା(୮୮.୨%) ହାସଲ କରିଛନ୍ତି । ସର୍ବାଧିକ ୫୦୦ ନମ୍ୱରରୁ ଏହି ମେଧା ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଅତିରିକ୍ତ ବିଷୟ ଶାରିରୀକ ଶିକ୍ଷାର ନମ୍ୱର କୁ ବାଦ ଦିଆଯାଇଅଛି ।

ସେହିପରି ଦଶମ ଶ୍ରେଣୀରେ ୧୨୫ ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଯଥାକ୍ରମେ ସାଇସୁଧା ନାୟକ( ୯୭.୪%), ଦିପ୍ତିମୟୀ ବିଶ୍ୱାଳ(୯୭.୨%) ଓ କୀର୍ତ୍ତି ରଞ୍ଜନ ନାୟକ(୯୭%) । ଏହି କ୍ରମରେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଯଥାକ୍ରମେ ଅମନଜ୍ୟୋତି ଜଟା(୯୬.୪%) ଓ ଶୁଭ୍ରା ଶ୍ରେୟାଶ୍ରୀ ହୋତା(୯୫.୬%) ହାସଲ କରିଛନ୍ତି ।
ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଚେଷ୍ଟା କୁ ଭୂୟଂସୀ ପ୍ରସଂଶା କରିଛନ୍ତି ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

14 − 6 =