Sunday, 08/September/2024 09:19
Mo Dhenkanal
ଢେଙ୍କାନାଳ ଖବର

CBSE 2021 ଦଶମ ଶ୍ରେଣୀ ପରୀକ୍ଷାରେ ସେଣ୍ଟ ଜାଭିୟର ହାଇ ସ୍କୁଲର ସଫଳତା

ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ସିବିଏସ୍ଇ ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯୋଗୁ ସିବିଏସ୍ଇ ଦଶମ ପରୀକ୍ଷା ହୋଇନଥିଲା । ପରୀକ୍ଷା ହେବ ନାହିଁ ବୋଲି ମେ’ ୪ ତାରିଖରେ ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ସିବିଏସ୍ଇ ରେଜଲ୍ଟ ଘୋଷଣା କରାଯାଉଛି । ଏହି ପରୀକ୍ଷାରେ ଢେଙ୍କାନାଳ ସେଣ୍ଟ ଜଭିୟର ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175


ବିଦ୍ୟାଳୟର ତିନି ଜଣ ଛାତ୍ରଛାତ୍ରୀ ଶତକଡା ୯୯ ପ୍ରତିଶତ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଦେବାଂଶୀ ପଣ୍ଡା, ଅନୁପମ ନାୟକ, ଗୁରୁଦତ୍ତ ସୁତାର । ସେଣ୍ଟ ଜଭିୟର ସ୍କୁଲର ଚଳିତ ବର୍ଷ ପାସ ହାର ଶତକଡା ୧୦୦ ରହିଥିବା ବେଳେ 84 ପ୍ରତିଶତ ପିଲା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅମ୍ରିତା ମହାପାତ୍ର ଶତକଡା ୯୮ ଦଶମିକ ୨ ପ୍ରତିଶତ, ରଘୁନାଥ ପଣ୍ଡା ୯୭ ଦଶମିକ ୬, ରୁବିଶା ମିଶ୍ର ୯୪ ଦଶମିକ ୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲର ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଭିବାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି ସେଣ୍ଟ ଜଭିୟର ସ୍କୁଲର ଅଧକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ।

IMG-20230205-WA0003
Picsart_22-04-11_10-18-21-175

ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

7 + two =