ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ସିବିଏସ୍ଇ ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯୋଗୁ ସିବିଏସ୍ଇ ଦଶମ ପରୀକ୍ଷା ହୋଇନଥିଲା । ପରୀକ୍ଷା ହେବ ନାହିଁ ବୋଲି ମେ’ ୪ ତାରିଖରେ ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ସିବିଏସ୍ଇ ରେଜଲ୍ଟ ଘୋଷଣା କରାଯାଉଛି । ଏହି ପରୀକ୍ଷାରେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳର ଛାତ୍ର ସ୍ୱସ୍ତିକ ସ୍ୱରୂପ ପଣ୍ଡା ଶତକଡା ୯୭ ଦଶମିକ ୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପର ହୋଇଥିବା ବେଳେ ଶ୍ରୀଲଷ୍ମୀ ମହାରଣା ଶତକଡା ୯୭ ଦଶମିକ ୪ ଓ ସ୍ୱାଗତ ବିଶ୍ୱାଳ ୯୪ ଦଶମିକ ୮ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଆମେ ବୋର୍ଡ ପାଇଁ ବହୁତ ପରିଶ୍ରମ କରୁଥିଲୁ । ଯେତେବେଳେ ଶୁଣିଲୁ ପରୀକ୍ଷା ବାତିଲ ହେଲା ଟିକେ କଷ୍ଟ ହୋଇଥିଲା ପରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ସରକାର ନେଇଥିବା ନିଷ୍ପତିକୁ ଆମେ ସ୍ୱାଗତ କଲୁ ଓ ଆମକୁ ମିଳିଥିବା ପରୀକ୍ଷା ଫଳରେ ଆମେ ଖୁସି ଅଛୁ ବୋଲି ଛାତ୍ରଛାତ୍ରୀ ମତପ୍ରକାଶ କରିଛନ୍ତି
ଢେଙ୍କାନାଳରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ