Thursday, 25/April/2024 04:05
Mo Dhenkanal
ଢେଙ୍କାନାଳ ଖବର

ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ପର ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ !

ଢେଙ୍କାନାଳ ସହର ନିକଟସ୍ଥ ରଣପଶି ଗେଙ୍ଗୁଟିଆ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ ସ୍କୁଲର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ନାୟକ ୯୮.୪ % ରଖି ସ୍କୁଲ ତଥା ଜିଲ୍ଲାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଉମାକାନ୍ତ ପ୍ରଧାନ ୯୮.୨% ଏବଂ ଅଂଶୁମାନ ସାମଲ ୯୮% ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସମୁଦାୟ ୧୬୭ ଛାତ୍ରଛାତ୍ରି ଙ୍କ ମଧ୍ୟରୁ ୩୯ ଜଣ ୯୦% ରୁ ଉର୍ଦ୍ଧ୍ବ ରଖିଥିବା ବେଳେ ୭୦ ଜଣ ୮୦%ରୁ ଉର୍ଦ୍ଧ୍ବ ଏବଂ ୧୩୭ ଜଣ ୬୦% ରୁ ଉର୍ଦ୍ଧ୍ବ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସ୍କୁଲର ସର୍ବମୋଟ ପାସ ହାର ୧୦୦% ହୋଇଛି ।

Picsart_22-04-11_10-18-21-175

ଏହି ସଫଳତା ପାଇଁ ସ୍କୁଲର ପରିଚାଳନା ପରିଷଦ, ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

two × 3 =