ଢେଙ୍କାନାଳ, ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହେଉଥିବା ରାସ୍ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ତଦାରଖ କରିଛନ୍ତି ।
ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖୁ, ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଏବଂ ପି.ଡବ୍ଲୁ.ଡି. ର ଅଧିକାରୀଙ୍କୁ ଯଥା ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାହୀ ଅଧିକାରୀ, ପୌର ପାଳିକା ଶ୍ରୀ ତରୁଣ କୁମାର ମହାପାତ୍ର, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ରାସ୍ତା କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ