ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ରାଜ୍ୟ ଅମଲା ସଂଘ, ଢେଙ୍କାନାଳ ପକ୍ଷରୁ ଜିଲ୍ଲା ରେଡକ୍ରସ ଶାଖା ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ବୈଠକରରେ ଢେଙ୍କାନାଳ ରେଡକ୍ରସ ଶାଖାର ଅଧ୍ୟକ୍ଷ ତଥା -ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗ ଦେଇ ରକ୍ତ ଦାନ ମହତ ଦାନ, ଏହା ଦ୍ବାରା ଅନ୍ୟର ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଥାଏ ବୋଲି ସେ ପ୍ରକାଶ କରିଛନ୍ତି ।
ଏହି ମହତ କାର୍ଯ୍ୟ ପାଇଁ ସେ ଅମଲା ସଂଘର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇବା ସହିତ ଏହିଭଳି ନିୟମିତ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଥିଲେ । ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହି ନିୟମିତ ଶାରୀରିକ କାର୍ଯ୍ୟ, ବ୍ୟାୟମ ଆଦି କରି ନିଜକୁ ଫିଟ୍ ରଖିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମେଶ ଚନ୍ଦ୍ର ସେଠୀ ( ସାଧାରଣ ), କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ରେଡକ୍ରସ ଶାଖାର ଉପ ସଭାପତି ଶ୍ରୀ ବିରାଞ୍ଚି ନାରାୟଣ ପାଣି ଜୀବନ ରକ୍ଷାକାରୀ ରକ୍ତର ଆବଶ୍ୟକତା ଓ ମହତ୍ବକୁ ଉପଲବଧୂ କରି ଏହି ଯବାନ କାର୍ଯ୍ୟ ନିମନ୍ତେ ସ୍ବତଃପ୍ରବୃତ୍ତ ଭାବେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ।
ଜଣଙ୍କ ଠାରୁ ସଂଗୃହିତ ରକ୍ତ ୪ ଜଣଙ୍କର ଜୀବନ ବଞ୍ଚାଇବାରେ ସହାୟକ ହେଉଥିବାରୁ, ଏହାକୁ ସୁଇଚ୍ଛାରେ ବାହ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରକ୍ତ ଦାନ କଲେ ଏହାର ପୌଷ୍ଟିକ ଅଭାବ ମାତ୍ର ୨୪ ଘଣ୍ଟାରେ ପୂରଣ ହୋଇଯାଇଥାଏ ଏବଂ ଶରୀରରେ କୌଣସି ପ୍ରକାରର ହାନି ଘଟି ନ ଥାଏ ବୋଲି ସେ ପ୍ରକାଶ କରିଛନ୍ତି । ନ ନିନ ଏ ଏମଲ୍ୟ ମତ ପ୍ରଦାନ, । ଏହି କାର୍ଯ୍ୟ କ୍ରମରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ରେଡକ୍ରସ ଶାଖାର ସମ୍ମାନିକ (Honorary) ସମ୍ପାଦକ ତଥା ଆପତି କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧ ଛାୟା ମହାପାତ୍ର, ରେଡକ୍ରସର ଆଜୀବନ ସଦସ୍ୟ, ରୋଟାରିଆନ ଶ୍ରୀ ରାଜ କିଶୋର ବେହେରା, ଓଡିଶା ରାଜସ୍ଵ ଅମଲା ସଂଘ ସଭାପତି ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ ଏବଂ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ଵାଇଁ ବିଭାଗୀୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ରାଜସ୍ୱ କର୍ମଚାରୀମାନେ ସମୁଦାୟ ୬୫ ୟୁନିଟ ରକ୍ତ ଦାନ ରକ୍ତ ଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ