Monday, 07/October/2024 11:57
Mo Dhenkanal
ଢେଙ୍କାନାଳ ଖବର

ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଅ।ପାତକାଳୀନ ବିଭାଗ ଦ୍ଵାରା ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -୨୦୨୨ ପାଳିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗ ଦେଇ ୧୯୯୯ ମସିହା ମହାବାତ୍ୟାର ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି, ଆମକୁ ବିଭିନ୍ନ ବିପର୍ଯୟକୁ ସଫଳତାର ସହିତ ମୁକାବିଲା ପଡ଼ିପାରିବା ନିମନ୍ତେ ଶିକ୍ଷା ଦେଇଛି ବୋଲି ପ୍ରକାଶ କରିଛନ୍ତି । ଓଡ୍ରାଫର ସମୋୟଚିତ ପ୍ରସ୍ତୁତି ଓ ମୁକାବିଲା ଯୋଗୁଁ ଓଡିଶା ଆଜି ଦେଶ ତଥା ବିଶ୍ବରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି ବୋଲି ପ୍ରକାଶ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର କୋଟି ଟଙ୍କାର ସମ୍ପତ୍ତି ଓ ବହୁ ଅମୂଲ୍ୟ ଜୀବନ ନଷ୍ଟ ହୋଇସାରିଛି, ଏଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଆମେ ସମସ୍ତେ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଜ୍ରାଘାତ, ପାଣିରେ ବୁଡି, ସର୍ପାଘାତ ଆଦିରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି ।

Picsart_22-04-11_10-18-21-175

ଭଲ ମଣିଷ ହୋଇ ଦୃଢ ମନୋବଳ ଦ୍ବାରା ସମସ୍ତ ପ୍ରକାରର ପରିସ୍ଥିତିକୁ ସାମ୍ନା କରି ନିଜର ଉଚ୍ଚ ସ୍ବପ୍ନକୁ ସାକାର କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଓଡ୍ରାଫର ଡେପୁଟି କମାଣ୍ଡାକ୍ଟ ଶ୍ରୀ ମନୋଜ କୁମାର ଦାସ ଓଡ୍ରାଫର ପୂର୍ବ ପ୍ରସ୍ତୁତି, କାର୍ଯ୍ୟକ୍ରମ ଓ ରାଜ୍ୟ ତଥା ସାରା ଦେଶରେ ବିଭିନ୍ନ ପ୍ରାକୃତିତ ବିପର୍ଯ୍ୟୟ ଓ ଅଘଟଣ ସମୟରେ କିଭଳି ସଫଳତାର ସହିତ ଉଦ୍ଧାର କାର୍ଯ୍ୟ କରୁପାରୁଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ସମୟରେ କିଭଳି ଜନସାଧାରଣ ଓ ବିଭିନ୍ନ ସଂସ୍ଥାର କର୍ମଚାରୀମାନଙ୍କୁ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ପ୍ରଶିକ୍ଷଣ ଦିଆଯାଉଛି ସେ ସମ୍ପର୍କରେ ଅବଗତି କରାଇଥିଲେ ।

ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକର ହାଇ ସ୍କୁଲଛାତ୍ରଛାତ୍ରୀମାନଙ୍କୁ ନେଇ ସଦଭାବନା ସଭା ଗୃହ ଠାରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ଆୟୋଜନ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏବଂ ଓଡ୍ରାଫର ସଦସ୍ୟମାନଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ ।

ଓସଡମାର ଡି.ଆର.ଆର. କନ୍ସଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ସଭା ଶେଷରେ ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

14 + 16 =