ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ସହିଦ ବାଜୀ ରାଉତ ଶାଖା ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଭକ୍ତିର ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସମୂହ ଗାନ, ଭାରତ କୋ ଜାନୋ, ଜଣାଅଜଣା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସନ୍ଧ୍ୟା ରେ ସଦ୍ଭାକାର୍ଯ୍ୟ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଉତ୍ସବରେ ଇଂ ବାବୁଚାନ୍ଦ ମହାଳିକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ନଗରର ପୋୖରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମୁଖ୍ୟ ବକ୍ତା ଭାବେ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଡ଼. ସୌମ୍ୟ ରଞ୍ଜନ ମହାପାତ୍ର, ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ରଥ ଯୋଗଦେଇ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ସଂସ୍କୃତି ପ୍ରେମୀ ଶୁଭେଚ୍ଛୁ ମାନଙ୍କ ପାଇଁ କିଛି ସଂସ୍କାର ମୂଳକ କଥା ରଖିଥିଲେ।
ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରଦୀପ୍ତ ମହାରଣା ଭାରତ ବିକାଶ ପରିଷଦ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଶାଖା ସମ୍ପାଦକ ଡ଼. ସମୀର କୁମାର ସାହୁ ବିବରଣୀ ପାଠ କରିଥିଲେ। ଶେଷରେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ ସହିତ ସମସ୍ତ ପ୍ରତିଭାଗୀ ଙ୍କୁ ପ୍ରମାଣପତ୍ର ଦିଆ ଯାଇଥିଲା। କାର୍ଯ୍ୟକ୍ରମ କୁ ଶାଖାର ବରିଷ୍ଠ ସଦସ୍ୟା ଶ୍ରୀମତୀ ଉଷା ରାଣୀ ଦାସ ସଞ୍ଚାଳନ କରିଥିଲେ।
ଇଂ ମୋନାଲିସା ମାହୁନ୍ତ ଓ ରାମନାଥ ପାତ୍ର ଙ୍କ ଆବାହକତ୍ୱ , ନବଦ୍ବୀପ ନାୟକ ,ବ୍ରଜ କିଶୋର ମହାନ୍ତି,ସ୍ୱାତୀ ନନ୍ଦ, ମାନସ ମହାପାତ୍ର ଓ ଅନିଲ ରାଉତ ତଥା ସଂଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ର ଯୋଜନା ପ୍ରସ୍ତୁତ ହେଇଥିଲା । ସର୍ବ ଶେଷରେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ ହୋଇଥିଲା।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ