Tuesday, 23/April/2024 02:52
Mo Dhenkanal
ଢେଙ୍କାନାଳ ଖବର

ଓଁକାରଙ୍କୁ ବିମଳ କିଶୋର ମିଶ୍ର ଛାତ୍ର ସମ୍ମାନ

ବିମଳ କିଶୋର ମିଶ୍ର ଶ୍ରେଷ୍ଠ ଛାତ୍ର ସମ୍ମାନ ପ୍ରଦାନ
ଢେଙ୍କାନାଳ :ତା.୧୩.୦୯.୨୦୨୦ :-

FB_IMG_1686103726896
Picsart_22-04-11_10-18-21-175


ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ମୁଖ୍ୟ ଶାସନ ସଚିବ,ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ପ୍ରଦତ୍ତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର ସମ୍ମାନ ଶ୍ରୀମାନ ଓଁକାର ମାଝିଙ୍କୁ ପ୍ରଦାନ କରାଯାଇଛି। ଓଁକାର ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୦ରେ ବିଦ୍ୟାଳୟ ତଥା ଢେଙ୍କାନାଳ ଜିଲ୍ଲାରେ ଜିଲାରେ ସର୍ବାଧିକ ନମ୍ବର ରଖି ଉକ୍ତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ତଥା ଓଡ଼ିଶା ସରକାରଙ୍କର ଆଇନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବରେ ନୂତନ ଭାବରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ବାରିକଙ୍କ ସୁପରାମର୍ଶ କ୍ରମେ ବିଦ୍ୟାଳୟକୁ ଆସି କୋଭିଡ ନିୟମାବଳୀ ଅନୁସାରେ ନିରାଡ଼ମ୍ବର ଭାବରେ ଶିକ୍ଷକଙ୍କ ପ୍ରକୋଷ୍ଠରେ ଶ୍ରୀମାନ ମାଝିଙ୍କୁ ଏହି ସମ୍ମାନ ବାବଦରେ ଏକ ଟ୍ରଫି, ପାଞ୍ଚ ହଜାର ଟଙ୍କାର ଚେକ,ଏକ ମେଡାଲ ଏବଂ ସ୍ବର୍ଗତଃ ବିମଳ ମିଶ୍ରଙ୍କ ଜୀବନ ଚରିତ ‘ଅବିଚଳ ବିମଳ’ ପୁସ୍ତକ ପ୍ରଦାନ କରିଥିଲେ।

Picsart_22-04-11_10-18-21-175

ଏହି ଅବସରରେ ଶ୍ରୀମାନ ଓଁକାର ମାଝୀଙ୍କ ପିତା ଆଡ଼ଭୋକେଟ ଅଦ୍ୱେତ ମାଝୀଙ୍କୁ ମଧ୍ୟ ମୁଖ୍ୟଅତିଥି ଶ୍ରୀ ମିଶ୍ର ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ମାନିତ କରିଥିଲେ।ସ୍ଵୀୟ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ଓ କର୍ମହିଁ ଉପାସନା ଓ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢ଼ ମତପୋଷଣ କରିଥିଲେ।ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ଦାୟିତ୍ୱରେ ଥିବା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ,କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରାଣୀ ଦେବୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷିକା,କର୍ମଚାରୀ ବୃନ୍ଦ ଓ ପ୍ରାକ୍ତନ ଛାତ୍ର ବିଶେଶ୍ୱର ମିଶ୍ର ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ କାର୍ଯ୍ୟକ୍ରମର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

four × five =