Sunday, 06/October/2024 04:35
Mo Dhenkanal
ଢେଙ୍କାନାଳ ଖବର

ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି ।

ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟିର ଦାବି ।

FB_IMG_1686103726896
Picsart_22-04-11_10-18-21-175

ଦିଲ୍ଲୀରେ ବିଧାୟକ ମାନେ ଚାରି ଲକ୍ଷ ଟଙ୍କା ଦରମା ପାଉଛନ୍ତି ଏବଂ ଏମାନେ ମାତ୍ର ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି ବୋଲି କହିଛନ୍ତି । ମାତ୍ର ଏହି ତଥ୍ୟ ସମ୍ପୂର୍ଣ ମିଥ୍ୟା ଅଟେ । ଦିଲ୍ଲୀରେ ବିଧାୟକ ମାନେ ଆଗରୁ ୫୪ ହଜାର ଟଙ୍କା ଦରମା ପାଉଥିଲେ । ଏହି ବର୍ଷ ଫେବୃଆରୀ ମାସରୁ ସେମାନଙ୍କ ଦରମା ୯୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ବିଧାୟକ ମାନଙ୍କ ପାଇଁ ଗୃହ ନ ଥିବାରୁ ଭଡା ଘରେ ରୁହନ୍ତି । ଦେଶର ରାଜଧାନୀରେ ଦୀର୍ଘ ବାର ବର୍ଷ ପରେ ବିଧାୟକମାନଙ୍କ ଦରମାକୁ ମାତ୍ର ନବେ ହଜାର କରାଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ଓଡିଶା ବିଧାନସଭାରେ ସମସ୍ତ ରାଜନୈତିକ ଦଳର ବିଧାୟକ ମାନେ ମିଳିତ ଭାବରେ ସେମାନଙ୍କର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି । ଦରଦାମ ଅତ୍ୟଧିକ ବଢିଯାଇଥିବାରୁ ସେମାନେ ପାଉଥିବା ଏକ ଲକ୍ଷ5 ଟଙ୍କା ଯଥେଷ୍ଟ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ଏ ସଂକ୍ରାନ୍ତରେ ଦିଲ୍ଲୀର ଉଦାହରଣ ଦେଇ ଏକ ମିଥ୍ୟା ତଥ୍ୟ ମଧ୍ୟ ଦେଇଛନ୍ତି ।

Picsart_22-04-11_10-18-21-175

ଅତି ଦୁଃଖ ଏବଂ ପରିତାପର ବିଷୟ ଓଡ଼ିଶାରେ ଦିଲ୍ଲୀର ବିଧାୟକ ମାନଙ୍କ ଦରମା ଚାରି ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଏଠି ଦରମାକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି । ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଟେ ।

ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି । ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ତେଣୁ ବିଧାୟକ ମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବା ପାଇଁ ଆମ ଆଦମୀ ପାର୍ଟି ଦାବି କରୁଛି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

7 − 6 =