Sunday, 06/October/2024 03:23
Mo Dhenkanal
ଢେଙ୍କାନାଳ ଖବର

ସରକାରୀ ପ୍ରାଥମିକ ବିଦ୍ୟାଳୟ ବନମାଳୀପ୍ରସାଦ ପକ୍ଷରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ।

ଢେଙ୍କାନାଳ ସଦର ବ୍ଲକ ସ୍ଥିତ ବନମାଳୀପ୍ରସାଦ ଗ୍ରାମରେ ଥିବା ୟୁପି ସ୍କୁଲରେ ଦେଖିବାକୁ ମିଳିଛି ଶିକ୍ଷୟିତ୍ରୀ ମାନଙ୍କ ହାତଅଙ୍କା ଝୋଟି ସହ ବିଭିନ୍ନ ସାଜସଜା ଯାହାକି କୋଉ ଅତିଥି ମାନଙ୍କ ପାଇଁ ନୁହଁ ଏହା ହେଉଛି ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ,

FB_IMG_1686103726896
Picsart_22-04-11_10-18-21-175

କାରଣ ପ୍ରାୟ ଦେଢ଼ ବର୍ଷପରେ ସ୍କୁଲ କୁ ପିଲା ଆସିବେ ତେଣୁ ସ୍କୁଲ ତରଫରୁ ଏହି ସବୁ ଆୟୋଜନ ବୋଲି ସ୍କୁଲର ଅଧ୍ୟକ୍ଷା କ୍ରିଷ୍ଣା ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ଏହା ସହ ଛାତ୍ରଛାତ୍ରୀ ମାନଙ୍କୁ ସାନିଟାଇଜ କରିବା ସହ ମାସ୍କ ଓ ପାଠ୍ୟ ସରଞ୍ଜାମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୁରୁବାରି ପ୍ରଧାନ, ବିଜ୍ଞାନ ଶିକ୍ଷୟିତ୍ରୀ ରଞ୍ଜିତା ବିଶ୍ୱାଳ, ସହକାରୀ ଶିକ୍ଷୟିତ୍ରୀ ମମତା ପାଣି, ପ୍ରମିଳା ସିଂ, କମଳା ପାଣି, ସବିତା ମହାନ୍ତି ଗାୟତ୍ରୀ ରାଉତ, ସହକାରୀ ଶିକ୍ଷକ ରୁଦ୍ର ପ୍ରସାଦ ମହାପାତ୍ର ଓ କଳା ଶିକ୍ଷୟିତ୍ରୀ ସୁଲଗ୍ନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

fifteen + 15 =