ତା୧୬.୦୯.୨୦୨୨ରିଖ ଦିବା ୧୧.୦୦ ଘଟିକା ସଦାଶିବପୁର ଗ୍ରାମ ପଞ୍ଚାୟତର ବଉଳପୁର ଗ୍ରାମରେ ଗୋଟିଏ ଦିନିକିଆ ବାଉଁଶ ହସ୍ତ ଶିଳ୍ପ କୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକୁ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉଦଘାଟନ କରିଥିଲେ ।
ଉକ୍ତ କର୍ମଶାଳା ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଓଡାପଡା ପଂଚାୟତ ସମିତିର ଅଧକ୍ଷ୍ୟା ଶ୍ରୀମତି ସସ୍ମିତା ମହାନ୍ତି ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଧରିତ୍ରୀ ମଲ୍ଲିକ ଯୋଗଦେଇଥିଲେ ।
ସର୍ବ ପ୍ରଥମେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ତରଫରୁ ପୁଷ୍ପପୁଛ ଦେଇ ସମ୍ବର୍ଦ୍ଧିତ କରାଗଲା, ତାପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟାଆରମ୍ଭ କରାଗଲା ।
ପ୍ରଥମେ ଶ୍ରୀ ମନୋରଂଜନ ଦାସ ହସ୍ତଶିଳ୍ପ ବିକାଶ ଅଧିକାରୀ ଡକାହେଇଥିବା ସଭାର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ ।
ଆଧୁନିକ ପ୍ରଣାଳିରେ ବାଉଁଶରୁ ଉଚ୍ଚକୋଟିର ଦ୍ରବ୍ୟର ପ୍ରସ୍ତୁତି ପ୍ରଣାଳିର କୌଶଳର ବିଷୟ ଆଲୋକ ପାତ କରିଥିଲେ । ଉକ୍ତ ଅନୁସ୍ଥାନରେ ନୂତନ ଭାବେ Cluster Coordinators ଭାବେ ଶ୍ରୀ ଆଲୋକ ମହାରଣା ସଭାରେ ତାଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଉକ୍ତ କାର୍ଯ୍ୟର ସର୍ବାଙ୍ଗିନ ଊର୍ନତି ପାଇଁ ସାହାଯ୍ୟ ସହଯୋଗ କରିବେ ବୋଲି ମତପ୍ରକାଶ କରିଥିଲେ ।
ଜିଲ୍ଲାର ନଡା ଶିଳ୍ପରେ ଜାତିୟ ସ୍ତରରେ ପୁରସ୍କୃତ ହୋଇଥିବା ଶ୍ରୀ ପ୍ରତୀୟ କୁମାର ନାୟକ ଏବଂ ରାଜ୍ୟ ସ୍ତରରେ ଢୋକରା କାସ୍ଟିଙ୍ଗ ଡିଜାନର ହିସାବରେ ପୁରସ୍କୃତ ହେଇଥିବା ଶ୍ରୀ ସନାତନ ପ୍ରଧାନଙ୍କୁ ଯଥାକ୍ରମେ ଅନୁଷ୍ଠାନ ତରଫରୁ ଉତରିୟ ଓ ପୁଷ୍ପପୁଛଦେଇ ସମ୍ବର୍ଦ୍ଧିତ କରାଗଲା ।
ତାଙ୍କର ଜୀବନରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବାର କୌଶଳ ଏବଂ ସଧାନା ବିଷୟରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ସ୍ଥାନୀୟ ସରପଚଂ ଶ୍ରୀମତୀ ଧରତ୍ରୀ ମଲ୍ଲିକ ତାଙ୍କ ଅଚଂଳରେ ଏଭଳି କାର୍ଯ୍ୟ ହେଉଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଭବିଷ୍ୟତରେ ଅନୁଷ୍ଠାନ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତିଦେଲେ ।
ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ସଶ୍ମିତା ମହାନ୍ତି ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ସାଧନା ବଳରେ ପହଁଚିପାରିବ । ଏହିଭଳି କାର୍ଯ୍ୟାକ୍ରମ କୁ ସ୍ବାଗତ ଜଣାଇ ବା ସହ ଭୂୟଂସୀ ପ୍ରଶଂସା କରିଥିଲେ ।
ତାପରେ ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରମକାନ୍ତ ବେହେରା କାର୍ଯ୍ୟାଳୟରେ କିକି ପ୍ରକାରର ସୁବିଧା ସୁଜଗ ଦିଆଯାଉ ତାହା ପୁଙ୍ଗାନୁପୁଙ୍କା ଆଲୋକ ପାତ କରିଥିଲେ । ସର୍ବଶେଷରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉପସ୍ଥିତ କାରିଗର ମାନଙ୍କୁ ଏଭଳି ସୁଜୋଗକୁ ହାତଛଡା ନ କରିବା ପାଇଁ ଅନୁରୋଧ କରିଥିଲେ ।
ଓଡ଼ାପଡା ବ୍ଲକ ରୁ ମିହିର କୁମାର ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ