ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ନିଶୁଳ୍ପ ଅକ୍ସିଜେନ୍ ସେବା ପରିଚାଳନା ଏବଂ କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଦେବା ଅବସରରେ ଢେଙ୍କାନାଳ ବାୟୁସେନା, ସଂଘ ତରଫରୁ କ୍ଲବକୁ ୧୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପ୍ରକାଶଥାଉକି ବଜରଙ୍ଗ କ୍ଲବ ପକ୍ଷରୁ ଦୀର୍ଘ ୧ ବର୍ଷ ହେବ ନିଶୁକ୍ଳ ଅକ୍ସିଜେନ୍ ସିଲିଣ୍ଡର ସେବା ଯୋଗାଇ ଦିଆଯାଉଛି । କୋଭିଡ୍ ଆକ୍ରାନ୍ତ ହୋଇ ଗୃହ ସଂ ଗରୋଧରେ ରହୁଥିବା ଶତାଧୁକ ରୋଗୀ ଏହିସେବା ଦ୍ବାରା ଉପକୃତ ହୋଇଛନ୍ତି । କେଭିଡ୍ ମହାମାରୀ ସମୟରେ ଏହି ସେବା ପ୍ରଦାନ କୋଭିଡ଼ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ ସଂଞ୍ଜିବନୀ ଭଳି ପ୍ରତୀୟମାନ ହେଉଛି । କୁବର ଏଇଭଳି ନିଃସ୍ୱାର୍ଥପର ଓ ଜୀବନରକ୍ଷକ ସେବାରେ ଅନୁପ୍ରାଣୀତ ହେଇ ପୂର୍ବତନ ବାୟୁସେନା କର୍ମଚାରୀ ସଂଘ କ୍ଲବକୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି କ୍ଲବର ଉତରୋତର ଉନ୍ନତି କାମନା କରିବା ସହ ଆଜୀବନ ସଦସ୍ୟତା ଗ୍ରହଣ କରି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବା ପାଇଁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଦୃତଗତିରେ ବଢୁଥିବା କରୋନା ମହାମାରୀରେ ସାହାଯ୍ୟ, ଆମ୍ବୁଲାନ୍ସ ସେବା ଓ ନିଶୁକ୍ଳ ଅକ୍ସିଜେନ୍ ସେବା ପାଇଁ କ୍ଲବ ପକ୍ଷରୁ ୨୪ ଘଟିଆ ଟେଲିଫୋନ୍ ନମ୍ବର ଜାରି କରା ଯାଇଛି । ମୋବାଇଲ୍ ନଂ ୭୮୭୩୯୯୮୮୫୫, ୮୨ ୪୯୬୪୮୮୫୫, ୮୯ ୦୮୩୩୫ ୬ ୦୭ ଏବଂ ୯୯୩୭ ୦୬୦୦୮୯ ରେ ଯୋଗାଯୋଗ କଲେ ଉପରୋକ୍ତ ସେବାଗୁଡିକ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ସେବା ପାଇଁ ଜିଲ୍ଲା ପ୍ରଶାସନ ବଜରଙ୍ଗ କ୍ଲବର ୧୫ ଜଣ ସଭ୍ୟଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାୟୁସେନା ସଂଘ, ଢେଙ୍କାନାଳର ସଭାପତି ପର୍ଶୁରାମ ସାହୁ, ଉପସଭାପତି ଅକ୍ଷୟ ଶତପଥୀ ଏବଂ ନିବାହୀ ସଦସ୍ୟ ଏବଂ କ୍ଳବର ବହୁ ସଦସ୍ୟ ଯୋଗଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ