ମଠକରଗୋଳା ଗ୍ରମର ସ୍ଵଛାସେବୀ ସଂଗଠନ ବଜରଙ୍ଗ କ୍ଳବ ତରଫରୁ ଗେ-ସେବା ଅଭିଯାନ ଆରମ୍ଭ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଓ ଗ୍ରାମର ଅନ୍ୟ ଆହତ ଷଣ୍ଢ ଓ ଗାଈ ଚିକିତ୍ସା କରଯାଇଥିଲା । ଚଳିତ ଲଡାଉନ୍ ସମୟରେ ମଠକରଗୋଳା ଅଞ୍ଚଳର ପ୍ରତ୍ୟେକ ପଶୁ ଓ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସୁ କରାଯାଉଛି ଏବଂ ଆଗାମୀ ଦିନରେ ଗାଈଗୋରୁମାନଙ୍କ ପଇଁ ଜଳକୁଣ୍ଡର ବ୍ୟବସ୍ଥା କରାଯାଉଛି । ଏହି ସେବା ପ୍ରାୟ ୧ ମାସ ଧରି ଚାଲୁ ରହିଥିବା ବେଳେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଗାଈଗୋରୁ ସଫଳ ଚିକିତ୍ସା ଦ୍ଵାର ସୁସ୍ଥ ହୋଇପାରିଛନ୍ତି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କ୍ଲବ୍ ତରଫରୁ ସୂଚନା ଦିଆଯାଇଛି। ରାସ୍ତାରେ କିଭଳି ଗୋରୁମାନଙ୍କର ଦୁର୍ଘଟଣ ଏଡଇ ଦିଆଯାଇପାରିବ ସେଥିପାଇଁ ସେମାନଙ୍କ ସିଙ୍ଘରେ ରେଡିୟମ୍ ଷ୍ଟିକର୍ ମରାଯାଇ ଏକ ନୂତନ ପ୍ରଚେଷ୍ଟା କରାଯାଇଥିଲା । ଏହି ଅବସରରେ ପ୍ରଣୀ ଚିକିତ୍ସକ ଆଶିଷ ଦାସ ଓ ଦୀପକ କୁମର ଝୁଟିଆଙ୍କ ସମେତ କ୍ଲବର ସଭାପତି ମିଥୁନ ସ୍ୱାଇଁ, ସହସଂପାଦକ ପ୍ରମୋଦ ଦଳେଇ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ସଦସ୍ୟ ଦୀପକ ପାତ୍ର, ପରଗ ନାୟକ, ସେଷଦେବ ବେହେରା, ହେମନ୍ତ ଦାସ, କୁଶ ସେନାପତି, ସିପୁ ଦାସ, ନଟବର ଲେଙ୍କା, ଦେବାଶିଷ ଦାସ, ବାପୁନୀ ସେନାପତି, ନିରଞ୍ଜନ ନାୟକ, ସମ୍ବିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ :- ବିଜ୍ଞାନ ମହାନ୍ତି