Thursday, 25/April/2024 04:38
Mo Dhenkanal
ଢେଙ୍କାନାଳ ଖବର

ମାସ୍କ ବାଣ୍ଟି ସଚେତନତା କଲେ ଭୁବନ ଥାନା ଅଧିକାରୀ

ପୋଲିସ, ଏ ନାମ ଶୁଣିଲେ କିଏ ଡରିଯାଏ ତ ଆଉ କିଏ ଲୁଚିଯାଏ । ପ୍ରତି ଭାରତୀୟଙ୍କ ମନରେ ପୋଲିସ ନାମରେ ଭରି ରହିଛି କୃରତା, ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବମୂର୍ତ୍ତି ।କିନ୍ତୁ ଏ ପ୍ରକାର ଭାବମୂର୍ତ୍ତିରୁ ବାହାରି ଲୋକଙ୍କ ନିକଟତର ହେବାକୁ ଅନେକ ସମୟରେ ଅନେକ ପୋଲିସ ଅଧିକାରୀ ଚେଷ୍ଟା କରିଛନ୍ତି ଆଉ ସଫଳ ମଧ୍ଯ ହୋଇଛନ୍ତି ।ଦକ୍ଷିଣ ଭାରତର ଚଳଚ୍ଚିତ୍ର କାହାଣୀ ପରି ଅପରାଧିଙ୍କ ଲାଗି ଶକ୍ତ ହୋଇ ଲୋକଙ୍କ ଲାଗି ଅସୁବିଧାରେ ଠିଆ ହେବାଭଳି କାର୍ଯ୍ୟ କରିଥାନ୍ତି ।ବର୍ତ୍ତମାନ ସମୟରେ ଭୁବନ ଥାନାର ନୂତନ ଅଧିକାରୀ ଭାବେ ଯୋଗ ଦେଇଥିବା ପ୍ରଶାନ୍ତ କୁମାର ପାତ୍ରଙ୍କୁ ନେଇ ଆଜିର ବିଶେଷ କାହାଣୀ । ଅପରାଧିଙ୍କ ରାତିର ନିଦ ହଜାଇ ଦେଇଥିବା ପ୍ରଶାନ୍ତ ବାବୁ କିନ୍ତୁ ଅଞ୍ଚଳ ଲୋକଙ୍କ ପାଇଁ କରିଚାଲିଛନ୍ତି ମହତ କର୍ମ। କରୋନା ମହାମାରୀ ସମୟରେ ଅମାନିଆଙ୍କୁ ଆୟତ କରିବାକୁ ଜୋରିମନା ଆଦାୟ କରାଯାଉଥିବା ବେଳେ ପରିବା ବଜାରକୁ ଆସୁଥିବା ବ୍ୟବସାୟୀ, ଗରିବ ଖାଉଟିଙ୍କୁ, ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାସ୍କ ବାଣ୍ଟିବା ସହିତ କରୁଛନ୍ତି ସଚେତନ । ପୋଲିସ ବାବୁଙ୍କ ଏପରି ମହତ୍ବ କାର୍ଯ୍ୟ କୁ ନେଇ ଅଞ୍ଚଳର ଲୋକମାନେ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eighteen − 18 =