Thursday, 25/April/2024 09:53
Mo Dhenkanal
ଢେଙ୍କାନାଳ ଖବର

ବାଲ୍ୟ ବିବାହ, ବାଳ ଶ୍ରମିକ ଓ ଯୁବତୀ ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ।

ଢେଙ୍କାନାଳ, ତା ୨୯,୦୪, ୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ, ବାଳ ଶ୍ରମିକଙ୍କୁ କାର୍ଯ୍ୟରୁ ନିବୃତ କରିବା ଓ ଯୁବତୀ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

କିଶୋର କିଶୋରୀମାନଙ୍କୁ ସ୍ଵାବଲମ୍ବୀ କରାଇ ସେମାନଙ୍କର ସାମଗ୍ରିକ ବିକାଶ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗରିବ ଓ ଅସହାୟ କିଶୋର କିଶୋରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇ.ଟି.ଆଇ, ପଲିଟେକ୍ନିକ ଏବଂ ସ୍କିଲ ସେଣ୍ଟରରେ ମାଗଣାରେ ପାଠ ପଢା ଓ ପ୍ରଶିକ୍ଷଣ ନିମନ୍ତେ ବ୍ୟବସ୍ଥା କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି । ବିବାହ ନିମନ୍ତେ ଯୋଗ୍ୟ ଅନାଥ ଯୁବକ ଯୁବତୀଙ୍କୁ ଚିହ୍ନଟ କରି ସେମାନଙ୍କର ବିବାହ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ କହିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଏଥୁ ନିମନ୍ତେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିବାହ ଖର୍ଚ୍ଚ ନିମନ୍ତେ ୫୦ ହଜାର ତାଙ୍କ ଆର୍ଥିକ ଅନୁଦାନ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି । ବାଲ୍ୟ ବିବାହ ଓ ବାଳ ଶ୍ରମିକ ନିଯୋଜନକୁ ବନ୍ଦ କରିବା ଓ ଯୁବତୀ ଚାଲାଣ ରୋକିବା ନିମନ୍ତେ ଅଧିକ ଜନସଚେତନତା ସୃଷ୍ଟି ଦିଗରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ।

Picsart_22-04-11_10-18-21-175

ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ବୈଠକରେ ଯୋଗଦେଇ, କିଶୋର-କିଶୋରୀମାନେ ନିଜେ ସଚେତନ ହେବା ସହିତ ସାଙ୍ଗ ସାଥ୍‌ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ପ୍ରଚାର ପ୍ରସାର, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ବ୍ୟକ୍ତିଗତ ଉଦ୍ୟମରେ ବାଲ୍ୟ ବିବାହ ଓ ବାଳ ଶ୍ରମିକ ନିଯୋଜନକୁ ବନ୍ଦ କରିବା ଓ ଯୁବତୀ ଚାଲାଣ ରୋକିବା ନିମନ୍ତେ ପ୍ରୟାସ କରାଗଲେ ଏହା ସଫଳ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ବୈଠକରେ ୟୁନିସେଫର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଅଙ୍ଗୁର ମିଶ୍ର ବାଲ୍ୟ ବିବାହ ରୋକାବା ନିମନ୍ତେ ଜିଲ୍ଲାରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାରେ ବିଗତ ୪ ବର୍ଷ ମଧ୍ୟରେ ୧୪୩ ଗୋଟି ବାଲ୍ୟ ବିବାହ ରୋକାଯାଇପାରିଛି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି କରାଯାଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ବୈଠକରେ ବାଳ ଶ୍ରମିକ ନିଯୋଜନକୁ କିପରି ପ୍ରତିହତ କରାଯାଇ ସେମାନଙ୍କର ପାଠପଢା ବ୍ୟବସ୍ଥା, ଯୁବତୀ ଚାଲାଣକୁ ରୋକି ସେମାନଙ୍କର ଥଇଥାନ, ଅନାଥ ଓ ଗରିବ ପିଲାଙ୍କ ବିବାହ ଆଦି ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା ।କିଶୋର କିଶୋରୀମାନେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ, ସାଙ୍ଗସାଥ୍, ସମ୍ପର୍କୀୟମାନଙ୍କୁ କିପରି ବାଲ୍ୟ ବିବାହ ରୋକିବାରେ ସଚେତନ କରାଉଛନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ), ଚାଇଲ୍ଡ ୱେଲଫେୟାର କମିଟିର ଚେୟାରମ୍ୟାନ ଶ୍ରୀ ପୁଷ୍ପକ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ଵାମୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୂର୍ଣ୍ଣମାସୀ ସାହୁ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ସିଡିପିଓ, ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର କିଶୋର କିଶୋରୀ ଯୋଗଦେଇଥିଲେ ।

ରିପୋର୍ଟ- ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

five − four =