Sunday, 08/September/2024 09:47
Mo Dhenkanal
ଢେଙ୍କାନାଳ ଖବର

ଭାରୋତ୍ତଳନରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା ଜ୍ଞାପନ

ଢେଙ୍କାନାଳ, ତା. ୨୨.୧୧ .୨୨ – କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଅଲ ଓଡିଶା ଇଣ୍ଟର କ୍ଲବ ଭାରୋତ୍ତଳନ ଚମ୍ପିୟାନସିପ-୨୦୨୨ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଢେଙ୍କାନାଳର ଭାରୋତ୍ତଳନକାରୀମାନଙ୍କୁ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସମ୍ବର୍ଦ୍ଧିତ କରିଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଯୁବ ବର୍ଗରେ ପ୍ରୀତିସ୍ମିତା ଭୋଇ (୪୦ କେ.ଜି. ) ସିଲଭର, ବିଦୁସ୍ମିତା ଭୋଇ (୫୫ କେ.ଜି.) ସିଲଭର, ହୃଦାନନ୍ଦ ଦାସ (୭୩ କେ.ଜି.) ଗୋଲ୍‌, ସ୍ଵୟଂଜିତ ପ୍ରସାଦ ସାହୁ (୬୭ କେ.ଜି.ସିଲଭର ମେଡାଲ ପାଇଥିବା କୃତୀ ପ୍ରତିଯୋଗୀଙ୍କୁ ଏବଂ

IMG-20230205-WA0003
Picsart_22-04-11_10-18-21-175

କନିଷ୍ଠ ବର୍ଗରେ ରେକର୍ଡ କରି ସ୍ବର୍ଣ୍ଣ ପଦକ ପାଇଥିବା କୁମ୍ଭେଶ୍ୱର ମାଲିକ (୫୫ କେ.ଜି. ), ଉଦୟ କୁମାର ସିଂହ (୬୧ କେଜି ) ସିଲଭର, ସୁବ୍ରତ କୁମାର ମାଲିକ (୬୭ କେଜିସ୍ବର୍ଣ୍ଣ ପଦକ, ସ୍ବୟଂଜିତ ସାହୁ (୬୭କେଜି) ବ୍ରୋଞ୍ଜ ପଦକ ଏବଂ ହୃଦାନନ୍ଦ ଦାସ (୭୩ କେଜି) ସିଲଭର ପଦକ ହାସଲ କରି ଜିଲ୍ଲା ପାଇଁ କୃତିତ୍ୱ ଅର୍ଜନ କରିଥିବା ଭାରୋତ୍ତଳନକାରୀଙ୍କୁ ଜିଲ୍ଲାପାଳ ଜିଲ୍ଲାକାର୍ଯ୍ୟ।ଳୟଠାରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Picsart_22-04-11_10-18-21-175

ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ଜିଲ୍ଲାର ଗୌରବ ବୃଦ୍ଧି କରିବାକୁ କହି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପ୍ରଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ଦାସ, ପରିଚାଳକ ଶ୍ରୀ ଅମିନେଶ ଚାନ୍ଦ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

7 + 11 =