ମକର ସଂକ୍ରାନ୍ତି ଉପଲକ୍ଷେ ଶନିବାର ଦିନ ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ।
ଏଥିରେ ସହରର ବିଭିନ୍ନ ଅଞ୍ଚଳରେ ଅସୁସ୍ଥ କିମ୍ବା ରୋଗାକ୍ରାନ୍ତ ଥିବା ବୁଲା ଗାଈ, ଷଣ୍ଢ ଓ କୁକୁର ମାନଙ୍କୁ ଚିକିତ୍ସା କରାଯାଇଛି । ଏହି ଭଳି କାର୍ଯ୍ୟକ୍ରମ କରାଯାଇ ଅବହେଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ କ୍ଲବର ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଶୁ ଚିକିତ୍ସକ ନରେନ୍ଦ୍ର ନାୟକ ଓ କ୍ଲବର ସଦସ୍ୟମାନେ ସାମିଲ ହୋଇ ସଫଳ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ