Sunday, 06/October/2024 03:33
Mo Dhenkanal
ଢେଙ୍କାନାଳ ଖବର

ଆଳତୁମା ଉଚ୍ଚ ବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣକଲେ ପୂର୍ବତନ ନଗରପାଳ

FB_IMG_1686103726896
Picsart_22-04-11_10-18-21-175

କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ସ୍ଥିତ ଆଳତୁମା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଳତୁମା ଗ୍ରାମ କମିଟି ପକ୍ଷରୁ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାରଙ୍ଗଧର ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା, ପ୍ରଧାନ ଶିକ୍ଷକ ଚନ୍ଦ୍ର ମୋହନ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ ଉପସ୍ଥିତ ଥିଲେ। ଗ୍ରାମ କମିଟି ପକ୍ଷରୁ ତିନି ଜଣ ଶିକ୍ଷକ ଅକ୍ଷୟ କୁମାର ଷଣ୍ଢ, ଗିରିଶ ଚନ୍ଦ୍ର ମହାରଣା, ବିମଳୀନ ମିଶ୍ର ଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା ଏହି ସ୍କୁଲ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ସହ ୫୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ଏହି ସ୍କୁଲରେ ପାଠ ପଢିଥିବାରୁ ଏହାର ଉନ୍ନତି କିପରି ହୋଇପାରିବ ସେ ଚିନ୍ତାଧାରା ନେଇ ସ୍କୁଲ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ପୂର୍ବତନ ନଗରପାଳ ଶ୍ରୀ ପରିଡା କହିଥିଲେ। ଢେଙ୍କାନାଳ ସାଂସଦ ମହେଶ ସାହୁ ସ୍କୁଲ ର୍ ଖେଳ ଷ୍ଟାଡିୟମ ଉନ୍ନତି ନିମନ୍ତେ ୧୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିସ୍ତୁତି ଦେଇଥିବା ବେଳେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନାଲକୋ କୁ ମଧ୍ଯ ଏଠାରେ ଏକ ସ୍ମାର୍ଟ କ୍ଲାସ ରୁମ କରିବାକୁ ପରାମର୍ଶ ଦେଇଥିବା ଧର୍ମାନନ୍ଦ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ କମିଟି ସଂପାଦକ ମଧୁସୂଦନ ଷଣ୍ଢ, ଶିକ୍ଷା ସମନ୍ୱୟ କମିଟି ସଭାପତି ମଦନ ମହାନ୍ତି, ସମ୍ପାଦକ ବାଳ କୃଷ୍ଣ ନାୟକ ସହ ସମ୍ପାଦକ ସୁବ୍ରାନଶୁ ମହାନ୍ତି ସମେତ ସ୍କୁଲ ର୍ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

15 − 8 =