Sunday, 06/October/2024 02:58
Mo Dhenkanal
ଢେଙ୍କାନାଳ ଖବର

ଜାତୀୟ ସ୍ତର ନାଟକ ଉପକରଣ ଓ ମୁଖା ତିଆରି କର୍ମଶାଳା ଉଦ୍‌ଘାଟିତ, ଭାଗ ନେଲେ ୪ ରାଜ୍ୟର ୨୮ ନାଟ୍ୟ ଶିଳ୍ପୀ

ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ପୂର୍ବାଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ଆୟୋଜନରେ ଏବଂ ଓଡିଶାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲଟରନେଟିଭ ରିଦମ୍ ଥିଏଟର୍ ସହଯୋଗରେ ଜାତୀୟ ସ୍ତର ନାଟକ ଉପକରଣ ଓ ମୁଖା ତିଆରି କର୍ମଶାଳା ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଅଲଟରନେଟିଭ ରିଦମ ଥିଏଟରର ଅଧ୍ୟକ୍ଷା ଡଃ ପୁଷ୍ପଲତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ପୂର୍ବାଳ ସାଂସ୍କୃତିକ କେନ୍ଦ୍ରର ନିର୍ଦ୍ଦେଶିକା ଗୌରୀ ବସୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ନାଟକ ପାଇଁ ଉପକରଣ ଓ ମୁଖାର ଆବଶ୍ୟକତା ଖୁବ୍ ଗୁରୁତ୍ବପୁର୍ଣ । ନାଟକ ଏକ ମିଶ୍ର କଳା ହୋଇଥିବାରୁ ଏଥିରେ ଉଭୟ ଦୃଶ୍ୟ କଳା ଓ ପରିବେଷଣ କଳାର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

ଭାରତୀୟ କଳା ଓ ସଂସ୍କୃତିରେ ମୁଖାର ବ୍ୟବହାର ଖୁବ ପୁରୁଣା । ଏହାକୁ ନାଟକରେ ଖୁବ୍ ସୁନ୍ଦର ଭାବରେ ବ୍ୟବହାର କରାଯାଇ ପାରୁଛି । ଏହି ଅବସରରେ ସେ କର୍ମଶାଳାର ଆୟୋଜନ ପାଇଁ ଅଲଟରନେଟିଭ ରିଦମ୍ ଥିଏଟର୍ ଏବଂ କର୍ମଶାଳାର ନିର୍ଦ୍ଦେଶକ ଦିନେଶ ଦାସଙ୍କୁ ପ୍ରଶଂସା କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏଭଳି କର୍ମଶାଳାର ଆୟୋଜନ ପାଇଁ ପୂର୍ବା ସଂସ୍କୃତିକ କେନ୍ଦ୍ର ଓ ଅଲଟରନେଟିଭ ରିଦମ୍ ଥିଏଟର୍‌କୁ ଧନ୍ୟବାଦ ଜଣାଇବା ସହିତ ନାଟ୍ୟଶିଳ୍ପୀ ମାନଙ୍କୁ ଏହି କର୍ମଶାଳା ଅନେକ କିଛି ଶିଖିବାରେ ସାହାଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଅଲଟରନେଟିଭ ରିଦମ୍ ଥିଏଟର୍ ସହିତ ଆମ ବିଭାଗର ମିଳିତ ସହଯୋଗରେ କିଛି ଦିନ ତଳେ ଏକ ସୁନ୍ଦର କର୍ମଶାଳା ହୋଇଥିଲା । ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଲେ ଯେ, ନାଟକକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉପକରଣ ଓ ମୁଖାର ଯଥେଷ୍ଟ ଆବଶ୍ୟକତା ରହିଛି ।

Picsart_22-04-11_10-18-21-175

ଏହାକୁ ଆଖି ଆଗରେ ରଖି ପୂର୍ବାଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଲଟରନେଟିଭ ରିଦମ୍ ଥିଏଟରର ସହଯୋଗରେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ବିଭିନ୍ନ ରାଜ୍ୟର ନାଟ୍ୟଶିଳ୍ପୀମାନେ ଏଥିରେ ଯୋଗ ଦେଇଛନ୍ତି । ଏ କ୍ଷେତ୍ରରେ ସେମାନେ କର୍ମଶାଳା ନିର୍ଦ୍ଦେଶକ ଦିନେଶ ଦାସଙ୍କ ଠାରୁ ଅନେକ କିଛି ଶିକ୍ଷାଲାଭ କରି ନାଟକରେ ଉପଯୋଗ କରି ପାରିବେ । ଶେଷରେ ଅଧ୍ୟକ୍ଷା ପୁଷ୍ପଲତା ରଥ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଆଭିମୁଖ୍ୟ ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ କର୍ମଶାଳାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୭ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଯୋଗେ ଅନୁଷ୍ଠିତ ହେଉଥିବା ଏହି । ଜାତୀୟ ସ୍ତରୀୟ କର୍ମଶାଳାରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ହରିୟାଣା ଆଦି ୪ଟି ରାଜ୍ୟର ମୋଟ ୨୯ ଜଣ ନାଟ୍ୟଶିଜୀସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

five × 1 =