ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ଆୟୋଳନରେ ଏବଂ ଓଳିଶାର ଅଗ୍ରଣୀ ନାଟାନୁଷ୍ଠାନ ଅଲଟରନେଟିଭ ରିଦିମ୍ ଥିଏଟର ସହଯୋଗରେ ଜାତୀୟ ସ୍ତରୀୟ ନାଟକ ଉପକରଣ ଓ ମୁଖା ଚିଆରି କର୍ମଶାଳା ରବିବାର ଉଦଯାପିତ ହୋଇଯାଇଛି । ଅଲଟରନେଟିଭ ରିଦିମ ଥିଏଟରର ଅଧ୍ୟକ୍ଷା ଡା ପୁଷ୍ପଲତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଜପନି ସଭାରେ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି କହିଲେ ଯେ, ଉପକରଣ ଓ ମୁଖ। କେବଳ ନାଟକ ନୁହେଁ ଅନେକ ପ୍ରଦର୍ଶନ କଳା ପାଇଁ ଖୁବ ଆବଶ୍ୟକ । ଏହାର ବ୍ୟବହାର ଦ୍ବାରା ଚଳିତ୍ର ଓ ଅଭିନୟ ଅଧିକ ଆକର୍ଷଣିୟ ହୋଇଥାଏ । ଏହି ଅବସରରେ ସେ ଏଭଳି ଏକ କର୍ମଶାଳାର ସଫଳ ଆୟୋଜନ ପାଇଁ ଅଲଟରନେଟିଭ ରିଦିମ୍ ଥିଏଟର ଏବଂ କର୍ମଶାଳାର ନିର୍ଦ୍ଦେଶକ ଦିନେଶ ଦାସଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ଏଭଳି କର୍ମଶାଳାର ଆୟୋଜନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ନିର୍ଦ୍ଦେଶିକା ଗୌରୀ ବସୁ ବାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ, ନାଟକ ପାଇଁ ଉପକରଣ ଓ ମୁଖାର ଆବଶ୍ୟକତା ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନାଟକରେ ଖୁବ ସୁନ୍ଦର ଭାବରେ ବ୍ୟବହାର କରାଯାଇ ପାରୁଛି । ନାଟ୍ୟଶିଳ୍ପୀ ମାନଙ୍କୁ ଏହି କର୍ମଶାଳା ଅନେକ କିଛି ଶିଖିବାରେ ସାହାଯ୍ୟ କରିଥିବ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ କର୍ମଶାଳାର ନିର୍ଦ୍ଦେଶକ ଦିନେଶ ଦାସଙ୍କ ଦ୍ଵାରା ସମ୍ପାଦିତ ସ୍ମରଣୀକା ରିଫ୍ଲେକ୍ସନ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କର୍ମଶାଳା ତାଲିମ ପ୍ରଦାନ ସମୟରେ ତିଆରି ହୋଇଥିବା ନାଟକ ଉପକରଣ ଓ ମୁଖା ଗୁଡିକୁ ଦେଖି ଅତିଥି ମାନେ ଅଭିଭୂତ ହୋଇଥିଲେ । ତାଲିମ ଗ୍ରହଣ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କର୍ମଶାଳାର ସହକାରୀ ନିର୍ଦ୍ଦେଶକ ହରେକୃଷ୍ଣ ସାହୁ ଏବଂ ମାଧବ ହେମ୍ରମଙ୍କ ସମେତ ଶିକ୍ଷାର୍ଥୀମାନେ ସେମାନଙ୍କର କର୍ମଶାଳାର ଅନୁଭବକୁ ପ୍ରକାଶ କରିଥିଲେ । କର୍ମଶାଳାରେ ବିଭିନ୍ନ ଦିବସରେ ଅତିଥି ବିଶେଷଜ୍ଞ ଭାବରେ ଯୋଗ ଦେଇଥିବା ଦେଶର ବିଶିଷ୍ଟ ନାଟ୍ୟ ସ୍ଥପତି ମଣିପୁରର ନିଗୋଳ୍ପମ୍ ଜଦୁମଣି ସିଂହ, ନାଟ୍ୟ ଗବେଷକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଜପସଭାପତି ମନଥ କୁମାର ଶତପଥୀ, ଗିନିଜ ୱାର୍ଲଡ଼ ରେକର୍ଡଧାରୀ ଚିତ୍ରଶିଳୀ ଆଶୁତୋଷ ପାଣିଗ୍ରାହୀ ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅଧ୍ୟକ୍ଷା ଡ଼ ପୁଷ୍ପଳତା ରଥ ଙ୍କର ଅଭିଭାଷଣ ପରେ ଅଲଟରନେଟିଭ ରିଦମ ଥିଏଟର ଉପାଧ୍ୟକ୍ଷ ମନୋହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନିର୍ଦ୍ଦେଶ ଦିନେଶ ଦାସ ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୭ ତାରିଖରୁ ଏହି କର୍ମଶାଳା ଆରମ୍ଭ ହୋଇଥିଲା । ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ନିର୍ଦ୍ଦେଶିକା ଗୌରୀ ବସୁ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଜାତୀୟ କ୍ଷାତି ସମ୍ପନ୍ନ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସଙ୍କ ନିର୍ଦ୍ଦେଶନାରେ ୧୧ ଦିନ ଧରି ଚାଲିଥିବା ଏହି ଜାତୀୟ ସ୍ତରୀୟ କର୍ମଶାଳାରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ହରିୟାଣା ଆଦି ୪ଟି ରାଜ୍ୟର ମୋଟ ୨୯ ଜଣ ନାଟ୍ୟ ଶିଳ୍ପୀ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ