Sunday, 08/September/2024 09:05
Mo Dhenkanal
ଢେଙ୍କାନାଳ ଖବର

ସମାଜସେବୀ ପ୍ରମୋଦ ଭୂଷଣ୍ଡ ସ୍ମୃତି ଆଲୋଚନା ଚକ୍ର

ସମାଜସେବୀ ପ୍ରମୋଦ ଭୂଷଣ୍ଡ ସ୍ମୃତି ଆଲୋଚନା ଚକ୍ର
ଢେଙ୍କାନାଳ:ତା.୦୯.୧୧.୨୦୨୦ରିଖ:( )ଆଜି ସନ୍ଧ୍ୟା ୬ ଘଟିକା ସମୟରେ ସିମିଳିଆ ଗ୍ରାମର ସ୍ବ ବାସଭବନରେ ଅଧ୍ୟାତ୍ମବାଦୀ ସମାଜସେବୀ ତଥା ସ୍ୱସ୍ତି ରେଷ୍ଟୁରାଣ୍ଟର ପ୍ରତିଷ୍ଠାତା ସ୍ବର୍ଗତଃ ପ୍ରମୋଦ କୁମାର ଭୂଷଣ୍ଡ (ଭରତ ଭାଇ)ଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ଆଲୋଚନା ଚକ୍ର ମହାମାରୀ କୋଭିଡ-୧୯/କୋରୋନାର ସମସ୍ତ ନିୟମ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ବାହାଦୂର ପଟ୍ଟସାହାଣୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱୀୟବକ୍ତବ୍ୟରେ ମଣିଷ ନିଜ ସ୍ୱାର୍ଥରେ ମଜ୍ଜି ରହି ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ନଯାଇ ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ଉଚିତ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ସ୍ବର୍ଗତଃ ଭୂଷଣ୍ଡ ଏହାର ଏକ ବ୍ୟତିକ୍ରମ ଥିଲେ।ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଶିକ୍ଷାବିତ ଡା. ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର ,ସରିତା ପଟସାହାଣୀ,ମମତା ମିଶ୍ର,ବିନାୟକ ମିଶ୍ର ଓ ଧୀରେନ ମିଶ୍ର ପ୍ରମୁଖ ସ୍ଵୀୟ ଅଭିଭାଷଣରେ ସ୍ବର୍ଗତଃ ଭୂଷଣ୍ଡଙ୍କର ବହୁମୂଖୀ ପ୍ରତିଭା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ତାଙ୍କୁ ଅମର କରିପାରିଛି ବୋଲି ଦୃଢ଼ ମତପୋଷଣ କରିଥିଲେ।ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ପ୍ରାରମ୍ଭରେ ମଙ୍ଗଳାଚରଣ ଗାନ ଓ ଅନ୍ତିମ ପର୍ଯ୍ୟାୟରେ ଶାନ୍ତିପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ, ପରିବାରବର୍ଗ ଓ ସଜ୍ଜନ ମଣ୍ଡଳୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ପ୍ରଦାନ କରିଥିଲେ।ପରିଶେଷରେ ସ୍ବର୍ଗତଃ ଭୂଷଣ୍ଡଙ୍କ ଜ୍ୟେଷ୍ଠ ପୁତ୍ର ବ୍ୟଙ୍ଗକବି ପୃଥ୍ୱୀଦୀପ୍ତ ଭୂଷଣ୍ଡ ସଭାରେ ସଭାପତିତ୍ୱ କରି କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

FB_IMG_1686103726896
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × 1 =