Thursday, 25/April/2024 10:39
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲା ନୋଟାରୀ ସଂଘ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ୬ଷ୍ଠ ନୋଟାରୀ ମିଟ୍ ଅନୁଷ୍ଠିତ

ଢେଙ୍କାନାଳ, ୦୭.୦୨.୨୦୨୧ : ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏକଦିବସୀୟ ଢେଙ୍କାନାଳ ଜିଲ୍ଲା ନୋଟାରୀ ସଂଘର ୬ଷ୍ଠ ରାଜ୍ୟ ସ୍ତରୀୟ ସମ୍ମିଳନୀକୁ ଓଡ଼ିଶାର ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ନୋଟାରୀମାନଙ୍କ ସମସ୍ୟା ପ୍ରତି ତାଙ୍କ ସରକାର ସମ୍ବେଦନଶୀଳ ଥିବା ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୁର କୁମାର ସାମଲ ଯୋଗଦାନ କରି କହିଲେ ଯେ ଓଡିଶା ସରକାର ଜୁଡିସିଆଲୀରେ ଏବେ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି । ମୁଖ୍ୟବକ୍ତା ଭାବେ ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ତଥା ଆଇନ୍ ବହିର ଲେଖକ ସୁଶାନ୍ତ କୁମାର ଦାଶ ଯୋଗଦାନ କରି ନୋଟାରୀମାନଙ୍କର ଆବଶ୍ୟକତା ଉପରେ ମତ ଦେଇଥିଲେ ।

FB_IMG_1686103726896
Picsart_22-04-11_10-18-21-175

ସମାରୋହର ଉଦ୍ୟାପନୀ ଉତ୍ସବରେ ଯୋଗଦେଇ ଜିଲ୍ଲା ଦୌରାଜଜ୍, ନ୍ୟାୟମୂର୍ତ୍ତୀ ଶରତ ଚନ୍ଦ୍ର ଦେହୁରୀ ତାଙ୍କ ବକ୍ତବ୍ୟରେ ନୋଟାରୀ ଜୁଡିସିଆରୀର ଏକ ଅଙ୍ଗ । ତେଣୁ ସେମାନଙ୍କର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ । ଏହା ନିଶ୍ଚିତ ଭାବେ ସୀକାର୍ଯ୍ୟ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ଅଧକ୍ଷ ବିନୟ ଚନ୍ଦ୍ର ମହାପାତ୍ର ଯୋଗଦେଇ ନୋଟାରୀମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିବା ସହ ଏଥିରେ ସଚ୍ଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଭାପତି ଅଖୁଳ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଜାହିର୍ ମହମ୍ମଦ ସଂପାଦକୀୟ ବିବରଣୀ ପାଠ କରିଥିଲେ । ରାଜ୍ୟ ସଂଘର ଉପସଭାପତି ସନ୍ତୋଷ କୁମାର ଭୂୟାଁ, ପି.କେ. ମହାପାତ୍ର, ଶୁଭାସିନୀ ମହାକୁଡ, ପଙ୍କଜ ଲୋଚନ ପଣ୍ଡା, ସୁଶାନ୍ତ କୁମାର ହୋତା, ଆଦିକନ୍ଦ ପାଲ୍, ବାଦଲ ବିହାରୀ ପଟ୍ଟନାୟକ, ସୁଧ୍ୟଶୁ ଶେଖର ଦାସ, ପ୍ରମିଳା ମହାପାତ୍ର ପ୍ରମୁଖ ସହାୟତା ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମକୁ ରବିନାରାୟଣ ଶତପଥୀ ପରିଚାଳନା କରିଥିଲେ ଓ ନୋଟାରୀ ସାଈଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି ।

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

nineteen − four =