Sunday, 06/October/2024 03:40
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ର ବୈଠକ

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତାରେ ଖରିଫ ୨୦୨୧ ସକାଶେ କୃଷି ନିର୍ଦ୍ଧାରଣ କମିଟିର ବୈଠକ କୋଭିଡ କଟକଣା ଯୋଗୁଁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କୃଷକ ମାନଙ୍କର ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଜିଲ୍ଲାରେ ସମନ୍ବିତ କୃଷି, ଉଚ୍ଚ ଜମିରେ ଅର୍ଥକାରୀ ଫସଲ, ଜଳସେଚନର ସୁବିନିଯୋଗ, କ୍ଷେତ ପୋଖରୀ ଖନନ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ବୈଠକରେ ବିଭିନ୍ନ ଖରିଫ କାର୍ଯ୍ୟକ୍ରମ ଉପରେ ଆଲୋଚନା କରଯାଇଥିଲା । ଜିଲ୍ଲାରେ ୯୮,୦୦୦ ହେକ୍ଟର ଜମିରେ ଧାନ ଓ ୮୯୬୨୫ ହେକ୍ଟର ଜମିରେଅନ୍ୟ କିସମର ଧାନ ଚାଷ କରିବା ପାଇଁ ଧାର୍ଯ୍ୟ କରଯାଇଥିଲା । ଭୂମି ପୋଷଣ ଅଭିଯାନରେ ମୃତିକା ପରୀକ୍ଷାଗାରରେ ୧୦,୦୦୦ ଓ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ରେ ୫୦୦୦ ନମୁନା ମାଟି ସହ ପରୀକ୍ଷାଗୃହ କୃଷକ ଓ କୃଷିକର୍ମଚାରୀଙ୍କ ଦକ୍ଷତା କୃଷି ତାଲିମ ପାଇଁ ସ୍ଥିର କରଯାଇଥିଲା । କୃଷି ବୈଷୟିକ ପରିଚାଳନା ସଂସ୍ଥା ମାଧ୍ୟମରେ ପ୍ରତି ବ୍ଲକରେ ୧୦ଟି ବିଲ ପୋଖରୀ ହୁଡାରେ ହରଡ଼ ଚାଷ କରିବା ପାଇଁ ସ୍ଥିର କରଯାଇଥିଲା । ଜିଲ୍ଲାରେ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ପାଇ ଆଲୋଚନା କରଯାଇଥିଲା । ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମଧ୍ୟରେ ବହୁଳ ଭାବରେ ମୁଗ, ବିରି ଚାଷ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା।ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଚିଦାନନ୍ଦ ପଣ୍ଡା ଖରିଫ ୨୦୨୧ ର କୃଷି କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିବାବେଳେ ଭାରପ୍ରାପ୍ତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀମତୀ ଗୌସମା ଉଦ୍ୟାନ ବିଭାଗର ଖରିଫ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଇଂ. ବିମଳେନ୍ଦୁ ମହାନ୍ତି, ପ୍ରକଳ୍ପ ପରିଚାଳକ ଜଳବିଭାଜିକା ମିଶନ ପ୍ରଫୁଲ୍ଲ କୁମାର ପଢିହାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଡ. ଜଗନ୍ନାଥ ନନ୍ଦ, ଅଗ୍ରଣୀ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ସାନୋଜ କୁମାର ସିଂହ, ନାବର୍ଡ ର ଏଜିଏମ ଡ, ଜ୍ଞାନେନ୍ଦ୍ର ରାଉତ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ କୃଷି ଅଧିକାରୀ ଉପସ୍ଥିତ ରହିଥିଲେ । । କୃଷି ଜିଲ୍ଲା ଅଧିକାରୀ, ଢେଙ୍କାନାଳ ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × four =