Sunday, 06/October/2024 05:03
Mo Dhenkanal
ଢେଙ୍କାନାଳ ଖବର

ପୁନଶ୍ଚ ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ପର ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ !

ଢେଙ୍କାନାଳ ସହର ନିକଟସ୍ଥ ରଣପଶି ଗେଙ୍ଗୁଟିଆ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଉକ୍ତ ସ୍କୁଲର ଛାତ୍ର ଶୁଭକାନ୍ତ ଛୋଟରାୟ ୯୮.୨ % ରଖି ସ୍କୁଲ ତଥା ଜିଲ୍ଲାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଆଦ୍ୟାଶା ପ୍ରିୟଦର୍ଶିନୀ ମଲ୍ଲିକ ୯୭% ଏବଂ ସ୍ଥିତପ୍ରଜ୍ଞ ଆତ୍ମଜିତ ଦାସ ୯୬.୮% ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସମୁଦାୟ ୨୩୬ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୪ଜଣ ୯୫%ରୁ ଉର୍ଦ୍ଧ୍ବ ରଖିଥିବା ବେଳେ ୩୭ ଜଣ ୯୦%ରୁ ଉର୍ଦ୍ଧ୍ବ, ୮୮ ଜଣ ୮୦%ରୁ ଉର୍ଦ୍ଧ୍ବ ଏବଂ ୧୮୭ ଜଣ ୬୦% ରୁ ଉର୍ଦ୍ଧ୍ବ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସ୍କୁଲର ସର୍ବମୋଟ ପାସ ହାର ୧୦୦% ହୋଇଛି । ଏହି ସଫଳତା ସହ ଓଡ଼ିଆ ବିଷୟରେ ୧୩ ଜଣ ୧୦୦ରୁ ୧୦୦ ନମ୍ବର ହାସଲ କରିଛନ୍ତି ।

Picsart_22-04-11_10-18-21-175

ଏହି ସଫଳତା ପାଇଁ ସ୍କୁଲର ପରିଚାଳନା ପରିଷଦ, ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ- ସୌମ୍ୟବ୍ରତ ସାହୁ, ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

one × four =