ରାଜ୍ୟ ସରକାର ଓଡ଼ିଶା ଡ୍ରାଇଭର ସଂଘର ନ୍ୟାର୍ଯ୍ୟ ଦାବିଗୁଡିକୁ ସହୃଦୟତାର ସହିତ ବିଚାର କରୁଛନ୍ତି । ଏଣୁ, ଓଡିଶା ଡ୍ରାଇଭର ସଂଘ ପକ୍ଷରୁ ଆୟୋଜିତ ଧର୍ମଘଟରୁ ଢେଙ୍କାନାଳ ଜିଲ୍ଲାର ଡ୍ରାଇଭରମାନେ ନିବୃତ୍ତ ରହିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ବିଭିନ୍ନ ପରୀକ୍ଷା ଚାଲୁଥିବାରୁ, ନୈତିକତା ଦୃଷ୍ଟିରୁ ଯେପରି କେହି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥ୍ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି ।
ଜନସାଧାରଣଙ୍କର ଯେପରି ଅସୁବିଧା ନ ହୁଏ, ସେଥ୍ପାଇଁ କୌଣସି ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡିକୁ ନ ଅଟକାଇବାକୁ ସେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନଙ୍କ ସହିତ ଆସନ୍ତା କାଲି ପୂର୍ବାହ୍ନରେ ଆଲୋଚନା କରିବେ ଏବଂ ସମସ୍ତ ପ୍ରକାରର ସହଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର ସଂଘର ନ୍ୟାର୍ଯ୍ୟ ଦାବିଗୁଡିକ ପୂରଣ ନିମନ୍ତେ ବିଚାର ବିମର୍ଷ କରୁଥିବାରୁ, କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତ ସୃଷ୍ଟି ନ କରି, ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିକୁ ରାସ୍ତାରେ ନ ଅଟକାଇବାକୁ ଏବଂ ଧର୍ମଘଟରେ ସାମିଲ ହେବାକୁ କାହାକୁ ବାଧ୍ୟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ