ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ସେଥିରେ ଅଙ୍କୁଶ ଲଗାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ।ସହର ବିଭିନ୍ନ ଜାଗାରେ ଖୋଦ୍ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସହିତ ବିଭିନ୍ନ ଅଧିକାରୀ ଅଚାନକ ଚଢାଉ କରିଛନ୍ତି ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
ଏଥିରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଢେଙ୍କାନାଳ ସହରର ଗଣେଶ ବଜାର ଠାରୁ ବାଜିଚୌକ ଛକ ପର୍ଯ୍ୟନ୍ତ ବୁଲି ବ୍ୟବସାୟୀ ଗ୍ରାହକ ମାନଙ୍କ ମାସ୍କ ଯାଞ୍ଚ ସହ ନିୟମ ଅନୁପାଳନ ନକରି ବ୍ୟବସାୟ କରୁଥିବାର ୬ଟି ଦୋକାନ କୁ ୩ ଦିନ ପାଇଁ ସିଲ କରି , ୨ଟି ଦୋକାନ ରୁ ଜୋରିମାନା ଆଦାୟ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ