Monday, 22/April/2024 02:32
Mo Dhenkanal
ଢେଙ୍କାନାଳ ଖବର

ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିବ । +୨ ପରୀକ୍ଷାରେ ଇଟେକ ଉଚ୍ଚ ବିଦ୍ୟାଳୟର ସଫଳତା ।

ଢେଙ୍କାନାଳ ସହର ଉପକଣ୍ଠ ମଙ୍ଗଳପୁରଠାରେ ଥିବା ଇଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୯୦ପ୍ରତିଶତରୁ ଉର୍ଦୁ ନମ୍ବର ରଖୁଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବନ୍ଧିତ କରାଯାଇଛି। ଇଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ ଛାତ୍ର ଏବଂ ଇଟେକ୍ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଗୌରବ ଆଣିଛନ୍ତି। ଏହି ଛାତ୍ରୀଛାତ୍ରମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅଧକ୍ଷ ଡ. ସୁରେଶ ମିଶ୍ରଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭାରେ ମାନପତ୍ର, ପୁଷ୍ପଗୁଛ, ନଗଦ ଅର୍ଥରାଶି ସହିତ ଉତରିୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଇ ଟେକର ଅନ୍ୟତମ ନିର୍ଦ୍ଦେଶକ ମନୋଜ ରାଉତ, ସଭାପତି ସୁପ୍ରଭା ଶତପଥୀ, ସମ୍ପାଦିକା ସାଗରବାଳା ହୋତା, ଉପାଧ୍ୟକ୍ଷ ଅନିଲ ଗୋଚ୍ଛାୟତ, ଇଟେକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସାରଦା ପ୍ରସାଦ ମହାନ୍ତି ଏବଂ ଅନୁଷ୍ଠାନର ସମସ୍ତ ବିଭାଗର ଅଧ୍ୟାପିକା ଅଧ୍ୟାପକମାନେ ଯୋଗ ଦେଇଥଲେ। ଏହି ଅବସରରେ ଅନୁଷ୍ଠାନର ଏହି ସଫଳତା ପାଇଁ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ଏହି ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ଶୁଭଜିତ ସ୍ବାଇଁ ୫୭୫, ବିଜୟାଲକ୍ଷ୍ମୀ ବିଶ୍ବାଳ ୫୬୬, ସୌମ୍ୟରଞ୍ଜନ ସାହୁ ୫୬୪, ନୀଳମାଧବ ମିଶ୍ର ୫୬୩, ସତ୍ୟଜିତ ମିଶ୍ର ୫୫୯, ଲକ୍ଷ୍ମୀପ୍ରିୟା ସାହୁ ୫୫୯, ଶୁଭସ୍ମିତା ବେହେରା ୫୫୮, ସତ୍ୟକାମ ପାଢୀ ୫୫୭, ଅନନ୍ୟା ନାୟକ ୫୫୩, ଅଙ୍କିତା ରାଉତ ୫୫୩, ଶର୍ମିଷ୍ଠା ସାହୁ ୫୫୩, ଅନ୍ନଦା ପ୍ରସାଦ ସାମଲ ୫୫୨ ଏବଂ ଅନ୍ୟ ସମସ୍ତ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ ହୋଇଥିଲେ।

Picsart_22-04-11_10-18-21-175

ଏହି ଅବସରରେ ଅଧକ୍ଷ ଡ. ସୁରେଶ ମିଶ୍ର କହିଲେ, ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିପାରିବ। ନିରବିଚ୍ଛିନ୍ନ ପରିଶ୍ରମ କରି ନିଜ ପ୍ରତିଭାକୁ ଚିହ୍ନି ତାକୁ କାର୍ଯ୍ୟରେ ଲଗାଇଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ଏବଂ ସବୁ ସ୍ବପ୍ନ ସାକାର ହୋଇପାରିବ। ଏହାପରଠାରୁ ନିଜନିଜ ଲକ୍ଷ୍ୟସ୍ଥଳ ବାଛିନେଇ ସେହି ଦିଗରେ ଅଗ୍ରସର ହୋଇ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ବିଭାଗ ଅଧ୍ୟାପକ ସୁରେଶ ମିଶ୍ର ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

fifteen − 10 =