ଦିବଙ୍ଗତ ବିଶିଷ୍ଟ କବି ବନମାଳୀ ପଟ୍ଟନାୟକଙ୍କ ସଂଖ୍ୟାଅଭିଧାନ ଲୋକାର୍ପିତ ।
ଢେଙ୍କାନାଳ ମାଟିର ଦେଉଳସାହି ନିବାସୀ ବିଶିଷ୍ଟ କବି ସାହିତ୍ୟିକ, ଶିକ୍ଷାବିତ୍, କବିଭୂଷଣ ରାଜକିଶୋର ରାଜକିଶୋର ପଟ୍ଟନାୟକଙ୍କର
ଜୈଷ୍ଠ ଭ୍ରାତା, ଗାନ୍ଧିବାଦୀ ସାରସ୍ୱତ ସାଧକ କବି ବନମାଳୀ ପଟ୍ଟନାୟକଙ୍କର ମାନସ ସନ୍ତାନ ସ୍ଥାନୀୟ ଢେଙ୍କାନାଳର ଆରାଧ୍ୟ ଶ୍ରୀ ବଳରାମ ଠାକୁରଙ୍କ ପାଦ ପଦ୍ମ ରେ କୁମାର ପୂର୍ଣ୍ଣିମା ତଥା ପବିତ୍ର ଗଜ ଲକ୍ଷ୍ମୀ ପୂଜା ଅବସରରେ ଲୋକାର୍ପଣ ହୋଇ ଯାଇଛି।
ଏହି ଅବସରରେ ଢେଙ୍କାନାଳର ବରିଷ୍ଠ ସାମ୍ବାଦିକ ଉମାକାନ୍ତ ପଟ୍ଟନାୟକ, କବି ଭୂଷଣ ସ୍ମୃତି ସଂସଦର ସଭାପତି ମନୋରଞ୍ଜନ ନନ୍ଦ, ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବାଦଲ ବିହାରୀ ପଟ୍ଟନାୟକ, କବିଙ୍କ ନାତି ଅଶୋକ ପଟ୍ଟନାୟକ, ଏବଂ ପୁସ୍ତକର ପ୍ରକାଶକ କବିଙ୍କ ପୁତ୍ର ଡ଼ ଉମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ ।
କବି ଭୂଷଣ ଲେଖିକା ସଂସଦର ସଭାନେତ୍ରୀ କବି ନିରୂପମା ଦାସ ସମସ୍ତଙ୍କୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।
ସରକାରଙ୍କ କୋଭିଡ଼ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ବଜାଇ ରଖି କବି ସୁମିତା ରାୟ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟ ସାଙ୍ଗ କରିଥିଲେ ।
ରିପୋର୍ଟ- ବିଜ୍ଞାନ ମହାନ୍ତି