ସ୍ଥାନୀୟ ଜିଲ୍ଲାପରିଷଦ ଗୃହରେ ଆସେଟ୍ କମ୍ପ୍ୟୁଟରର ବାର୍ଷିକୋତ୍ସବ ‘ଇ-କଲର୍ସ-୨୦୨୩’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶତାତ୍ଵିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପୁରଷ୍କାର ଗ୍ରହଣ କରିଥିଲେ । ଉତ୍ସବରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅଧିକାରୀ କୁମାରୀ କେ. ରୋଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ପ୍ୟୁଟର ପାଠପଢି କିପରି ସରକାରୀ ଚାକିରୀ କରିପାରିବ ଆଲୋକପାତ କରିଥିଲେ ।
ବରେଣ୍ୟ ଅତିଥି ତଥା ଅନୁଷ୍ଠାନର ଛାତ୍ରୀ ଶୁଭଶ୍ରୀ ସୁଚିସ୍ମିତା (ଓଏଏସ୍) ନିଜର ସଫଳତା ବିଷୟରେ ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ବାବା ସରୋଜ ଶତପଥୀ ଅନୁଷ୍ଠାନ କିଭଳି ଆଗକୁ ଆସିଥିଲା ବ୍ୟକ୍ତ କରିଥିଲେ । ଇ ଏବଂ ଏ ର ଇଂଜିନିୟର ମଦନମୋହନ ମହାପାତ୍ର ପିଲାମାନଙ୍କୁ ଇନ୍ଫର୍ମେସନ୍ ଟେକ୍ନୋଲୋଜି ବିଷୟରେ ସୂଚନା ଦେଇଥିଲେ । ଅତିଥି ସିନର୍ଜୀ ଯାନ୍ତ୍ରିକ ମହାବିଦ୍ୟାଳୟ କଂମ୍ପ୍ୟୁଟର ସାଇନ୍ସ ମୁଖ୍ୟ ସ୍ମୃତିରଞ୍ଜନ ଦାସ କମ୍ପ୍ୟୁଟର ଉପଯୋଗୀତା ଉପରେ ବକ୍ତବ୍ୟ ଦେଇଥିଲେ, ଢେଙ୍କାନାଳ ଆଇଆଇଏମ୍ସିର ଏକାଡେମୀ କୋ-ଅର୍ଡିନେଟର ଜିତେନ୍ଦ୍ର ପତି ଅନୁଷ୍ଠାନର କମ୍ପ୍ୟୁଟର ଶିକ୍ଷା ସହ ଶୃଙ୍ଖଳା ଅନିବାର୍ଯ୍ୟ ବିଷୟରେ ସମକୀୟ ଧାରଣା ଦେଇଥିଲେ ।
ଅନ୍ୟତମ ଅତିଥି ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସମସ୍ତଙ୍କୁ କମ୍ପ୍ୟୁଟର ଶିକ୍ଷା ସହ ମୂଲ୍ୟବୋଧ ଓ ଜୀବନ ଶିକ୍ଷା ଆବଶ୍ୟକ ବୋଲି ମତ ରଖିବା ସହ ଯୁକ୍ତାତ୍ମକ ଚିନ୍ତନ ରଖିଲେ ସଫଳତା ନିଶ୍ଚୟ ମିଳି ପାରିବ ବୋଲି ମତରଖିଥିଲେ । ଅନୁଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ପ୍ରଭାତ ଦେହୁରୀ ଅନୁଷ୍ଠାନର ବିକାଶ ଓ ନିଲେଟ୍ ଆକ୍ରିଡେସନ୍ ଓ’ ଲେବୁଲ୍ କୋର୍ସର ଉପଯୋଗୀତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମହାନ୍ତି, ଆଶୁତୋଷ ପାଢ଼ୀ, ଆକାଶ ବିଶ୍ୱାଳ, ଶ୍ରୀ ଦତ୍ତା ପ୍ରିୟଦର୍ଶିନୀ ଦାସ, ସ୍ୱପ୍ନାରାଣୀ ବିଶ୍ୱାଳ, ସ୍ନେହଲତା ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିବାବେଳେ ଲକ୍ଷ୍ମୀପ୍ରିୟା ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ ।
ଏହି ଉତ୍ସବରେ ବିଜୟାଲକ୍ଷ୍ମୀ ଦେହୁରୀ, ଶିବରଞ୍ଜନ ବେହେରା, ଶିଳ୍ପା ନାୟକ, ପ୍ରତିଭା ପାଣି ଆଦି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନି କରିଥିଲେ । ଏହି ଉତ୍ସବରେ ସତ୍ୟଜିତ୍ ଦଳେଇ, ରାକେଶ କର, ଶୁଭ୍ରାଂଶୁ, ରାହୁଲ୍, ସୌମ୍ୟା ନନ୍ଦ, ଅଭିପ୍ସା ପୃଷ୍ଟି, ସୁବାସିନୀ ସାମଲ, ଅମିସା ଦାଶ, ସାଗରିକା ବେହେରା, ରୋଜାଲିନ୍ ସାହୁ ଆଦି ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ