ତା 14-03-2023 ରିଖ ରେ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି, ଭା.ପ୍ର.ସେ ଅଧ୍ୟକ୍ଷତା କରିଥିଲେ ଓ ଆଧାର ଏବେ ପ୍ରତିଟି ସରକାରୀ ଓ ଅନ୍ୟାନ କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ହୋଇଛି ବୋଲି କହିଥିଲେ |
ନିୟମ ଅନୁସାରେ ଆମକୁ ଆଧାର ସମ୍ପକ୍ରିତ ଅପଡେଟ ଓ ଆନୁସଙ୍ଗିକ ବ୍ୟବସ୍ତା ପାଇଁ ପଦକ୍ଷେପ ନେବାର ଅଛି | ବିଗତ ଦଶ ବର୍ଷରେ ଯେଉଁ ମାନେ ନିଜର ଅପଡେଟ କରି ନାହାନ୍ତି ନିକଟସ୍ଥ ଆଧାର ପଞ୍ଜିକରଣ କେନ୍ଦ୍ର ରେ ଅପଡେଟ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଲକରେ ଆଧାର ଅପଡେଟ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଅଛି |
ଆଗାମୀ ଦିନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଭାଗ ତରଫରୁ ଏକ ଯୋଜନା କରାଯାଇ, ବାକି ରହିଯାଇଥିବା ଶିଶୁଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯିବ | ଜିଲ୍ଲାରେ ସମସ୍ତ ପଂଚାୟତ ଓ ରାସନ ବିତରଣ କେନ୍ଦ୍ର ମାନଙ୍କରେ ଶିବିର ମାଧ୍ୟମରେ ହିତାଧିକାରୀଙ୍କର ଆଧାର କାର୍ଡ ଅପଡେଟ କରିବା ପାଇଁ ବିଡ଼ିଓ ମାନଙ୍କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି |
ଏଥିରେ ଯୋଗଦେଇ ୟୁଆଇଡ଼ିଆଇର ରାଜ୍ୟ ନିର୍ଦେଶକ କର୍ଣ୍ଣେଲ ପ୍ରଶାନ୍ତ କ୍କକର ବିସ୍ତ୍ରୁତ ସୁଚନା ଦେଇଥିଲେ ଓ ଆଧାର ଅପଡେଟ ପ୍ରକ୍ରିୟା କୁ ବ୍ୟାପକ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ | ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଯୋଜନା ଅଧିକାରୀ, ଜିଲ୍ଲା ଇ-ଗଭର୍ଣ୍ଣାନସ ମ୍ୟାନେଜର, ମୋ ସେବା କେନ୍ଦ୍ର ଜିଲ୍ଲା ପରିଚାଳକ ଉପସ୍ଥିତ ଥିଲେ |
ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ