ଓଡିଶାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲଟରନେଟିଭ ରିଦମ୍ ଥିଏଟର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଅବସରରେ
ନାଟକ ବିପ୍ଳବୀ ବିହଙ୍ଗ ରବିବାର ସନ୍ଧ୍ୟାରେ ସହରସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ପରିବେଷିତ ହୋଇଯାଇଛି । ମହାପାତ୍ର ନୀଳମଣି ସାହୁଙ୍କ ମୂଳ ଗଜକୁ ସୁବୋଧ ପଟ୍ଟନାୟକ ନାଟ୍ୟରୁପ ପ୍ରଦାନ କରିଥିବା ବେଳେ ଦିନେଶ ଦାସ ନିର୍ଦ୍ଦେଶନା ଦେଇଥିଲେ । ରାଜତନ୍ତ୍ରରୁ ଗଣତନ୍ତ୍ର ଏବଂ ଗଣତନ୍ତ୍ର ଆସିବା ପରେ ମଧ୍ୟ ତା ଭିତରେ ରହିଥିବା ରାଜତନ୍ତ୍ର ବିରୁଦ୍ଧରେ ଆନ୍ଦୋଳନକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରାଯାଇଥିଲା । ହଳଦୀ ବସନ୍ତ ପରିବାରକୁ ହଇରାଣ କରୁଥିବା ଏବଂ ତାଙ୍କର ଘର ଭାଙ୍ଗି ଦେଉଥିବା ହନୁ ମାକଡ କିପରି ପଣସ ଲାଞ୍ଚ ଦେଇ ଭାଲୁରାଜାର ବିଚାରକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହେଉଛି ଏବଂ ଏହା ଜାଣିବା ପରେ ବିହଙ୍ଗ ବା ପକ୍ଷୀ ମାନେ କିପରି ଏକାଠି ହୋଇ ବିପ୍ଳବ କରିବା ସହ ଭାଲୁ ଏବଂ ହନୁ ମାଙ୍କଡକୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିଛନ୍ତି ତାହାହିଁ ଥିଲା ନାଟକର ମୂଖ୍ୟ କଥାବସ୍ତୁ ।
ଅଲଟରନେଟିଭ ରିଦମ ଥିଏଟରର ଅଧ୍ୟକ୍ଷା ଡଃ ପୁଷଲତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଓଡିଶା ନାଟ୍ୟସଂଘର ସଂପାଦକ ଲାଲା ବିରେନ ପ୍ରସାଦ ରାୟ, ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ର ସ୍ବାଇଁ ଅତିଥୀ ଭାବରେ ଯୋଗଦେଇଥିଲେ । କଳା ସଂସ୍କୃତି ଏବଂ ସାହିତ୍ୟ ଜାତି ଓ ଦେଶକୁ ସମୃଦ୍ଧ କରେ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଏ କ୍ଷେତ୍ରରେ ଅଲଟରନେଟିଭ ରିଦମ୍ ଥିଏଟରର ଭୂମିକାକୁ ପ୍ରଶଂସା କରିଥିଲେ । ଢେଙ୍କାନାଳରେ ପଇସା ଦେଇ ଟିକେଟ କାଟି ଦର୍ଶକ ମାନେ ନାଟକ ଦେଖିବାକୁ ଆସିଥିବାରୁ ଏହା ଆଗାମୀ ଦିନରେ ନାଟକ ପାଇଁ ଏକ ଶୁଭ ସୂଚନା ବୋଲି ଅତିଥୀମାନେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ଡଃ ପୁଷ୍ପଲତା ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନିର୍ଦ୍ଦେଶକ ଦିନେଶ ଦାସ ମଞ୍ଚ ପରିଚାଳନା କରିଥିଲେ । ନାଟକରେ ବିଭିନ୍ନ ଭୂମିକାରେ ଅଲଟରନେଟିଭ ରିଦମ ଥିଏଟର ଏକାଡେମୀ ଆଣ୍ଡ ରିସର୍ଚ୍ଚର ନାନ୍ସି, ପ୍ରିୟାସିଂ, ଅଂଶିତ୍, ସାଇଚନ୍ଦନ, ଆୟୁଷ, ଜାଜ୍ଞସେନୀ, ରୋହନ୍, ପିୟୁଷ, ମିଲନ୍, ଦେବସ୍ୱରିଚ, ଅନମୋଲ, ବିଷ୍ଣୁପ୍ରିୟା, ଅନୀଷ, ବିଭବ, ପ୍ରିନ୍ସ, ଇପ୍ସୀତା ଓ ସ୍ବୟଂଶ୍ରୀ ଅଭିନୟ କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଜିଜ୍ଞାସୁ ଏ ଆର ସାହୁ, ଆଦିକ୍ ନନ୍ଦ, ଆହାନା ନନ୍ଦ, ଆଲିସା ସାହୁ, ଆୟୁସ୍ମାନ୍ ପାତ୍ର, ଆଦ୍ୟାଶା ମିଶ୍ର ଏବଂ ଉତ୍କଳଜିତ ପ୍ରମୁଖ କଣ୍ଠ ଦାନ କରିଥିଲେ । ଫୁଟୁ ମହାନ୍ତି ସଙ୍ଗୀତ ପରିଚାଳନା କରିଥିବା ବେଳେ ବିକାଶ ପ୍ରଧାନ ଆଲୋକ ରଚନା କରିଥିଲେ । ଦେବଯାନୀ ଦାସ ଏବଂ ତୁଷାରବାଳା ମହାନ୍ତି ନାଟ୍ୟ ପରିଚାଳନା କରିଥିବା ବେଳେ ଡଃ ପୁଷ୍ପଲତା ରଥ, ମନୋହର ଶତପଥୀ, ଦେବକାନ୍ତ ମିଶ୍ର, କାମାକ୍ଷା ପ୍ରସାଦ ରଣା, ଜୟଦେବ ଶତପଥୀ, ପ୍ରମୋଦ କୁମାର ଦାସ, ହରେକୃଷ୍ଣ ସାହୁ, ଜୟଚନ୍ଦ୍ର ମହାପାତ୍ର, ବିଜୟ ମିଶ୍ର, ସୌମିତ୍ରୀ ପାଣିଗ୍ରାହୀ, ମାଧବ ହେନ୍ତମ, ପୁରୁଷୋତମ ବେହେରା, ରାମେଶ୍ଵରୀ ପଟ୍ଟନାୟକ, ସୁମିତ୍ରା ଦେବତା, ଆଶୁତୋଷ ପାଢୀ, ବିଶ୍ୱଜିତ ସାହୁ, ସତ୍ୟଜିତ ରାଉତ, ସୁଶାନ୍ତ କର ଓ ଦିନେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ